ଯୁବକଙ୍କୁ ଟାର୍ଗେଟ୍ କରି ଘର ଉପରକୁ ବୋମାମାଡ, ୩ଟି ବୋମା ଫିଙ୍ଗି ଚମ୍ପଟ ମାରିଲେ ୩ ଦୁର୍ବୃତ୍ତ

Published By : Prameya-News7 Bureau | August 18, 2020 IST

ବାଲିପାଟଣା ୧୮।୮:  ଭୁବନେଶ୍ଵର ଉପଖଣ୍ଡ ବାଳକାଟି ସାଇଫନ୍ ଛକରେ ଥିବା ଏକ ଘର ଉପରେ ବୋମାମାଡ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

{"id":316337,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର ରାତ୍ରି ପ୍ରାୟ ୧୦ଟା ୩୦ମିନିଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ବୋମାମାଡ କରି ଫେରାର ହୋଇଯାଇଛନ୍ତି । ସାଇଫନ୍ ଛକରେ ଥିବା ଘର ନିକଟରେ ବସିଥିବା ତିନି ଯୁବକଙ୍କୁ ଟାର୍ଗେଟ କରି  ଲଗାତର ତିନୋଟି ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ । ଦୁଇଟି ବୋମା ତଳେ ପଡି ବିସ୍ଫୋରଣ ହୋଇଥିବା ବେଳେ ଅନ୍ୟଟି ଅଫୁଟା ରହିଥିଲା । ଭୟରେ ଘର ବାହାରେ ବସିଥିବା ପବିତ୍ର ସାହୁ ଏବଂ ଅନ୍ୟ ଦୁଇଜଣ ଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ ।

{"id":316338,"sizeSlug":"large"}

ବୋମାମାଡରେ କାହାରି କିଛି କ୍ଷତି ଘଟିନାହିଁ । ଖବର ପାଇ ବାଳକାଟି ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଅଫୁଟା ବୋମାକୁ ନିସ୍କ୍ରିୟ କରିଛି ପୋଲିସ୍ । ପୂର୍ବ ଶତ୍ରୁତାରୁ ଏଭଳି ବୋମାମାଡ ହୋଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.