ଅମୀର ଖାନଙ୍କ ଘରେ ବୋମାମାଡ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | December 16, 2019 IST

କେନ୍ଦ୍ରାପଡା ୧୬।୧୨: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଥାନା ବାଲିଆସାହି ବସ୍ତିରେ ବୋମାମାଡ ହୋଇଛି । ବାଲିଆସାହିରେ ରହୁଥିବା ଅମୀର ଖାନଙ୍କ ଘର ଉପରକୁ ବୋମାମାଡ କରି ଦୁର୍ବୃତ୍ତ ଫେରାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":198302,"sizeSlug":"large"}

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତରେ ବାଲିଆସାହି ବସ୍ତିରେ ଅମୀର ଖାନଙ୍କ ଘର ଉପରକୁ ବୋମାମାଡ ହୋଇଛି । ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଦୁଇଟି ଜୀବନ୍ତ ଗୁଳି ପଡିବା ସହ କିଛି ସୁତୁଲି ଓ ଦିଆସିଲ କାଠି ପଡିଥିବାର ଦେଖିବାକି ମିଳିଛି ।

{"id":198303,"sizeSlug":"large"}

ତେବେ ବୋମାମାଡରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କିଏ ଓ କାହିଁକି ବୋମାମାଡ କରିଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଡେରାବିଶ ଥାନା ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ପହଞ୍ଚିବା ପରେ ଘଟଣା ସମ୍ବନ୍ଧରେ ଆହୁରି କିଛି ତଥ୍ୟ ମିଳିପାରିବ ବୋଲି ଡେରାବିଶ୍ ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.