ବିଦ୍ରୋହୀଙ୍କ ଆଡ୍ଡାରେ ବୋମାମାଡ, ୨୦ ମୃତ

Published By : Prameya-News7 Bureau | February 26, 2020 IST

ସିରିଆ ୨୬।୦୨: ଅଶାନ୍ତ ସିରିଆରେ ପୁଣି ବୋମା ବିସ୍ଫୋରଣ ହୋଇଛି ।ବୋମା ବିସ୍ଫୋରଣରେ ୨୦ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସିରିଆ ସରକାରଙ୍କୁ ସମର୍ଥମ କରୁଥିବା ସଂଗଠନ ଏହି ବିସ୍ଫୋରଣ କରିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ବିସ୍ଫୋରଣ ହୋଇଥିବା ସ୍ଥାନରେ ସିରିଆ ସରକାରଙ୍କୁ ବିରୋଧ କରୁଥିବା ବିଦ୍ରୋହୀମାନଙ୍କ ଆଡ୍ଡା ଥିଲା  । ବିଦ୍ରୋହୀମାନେ ବହୁଦିନ ହେଲା ଏହି ଅଞ୍ଚଳକୁ କବ୍‌ଜା କରିଥିଲେ । ତେବେ ସେହି ଅଞ୍ଚଳକୁ ବିଦ୍ରୋହୀମୁକ୍ତ କରିବା ପାଇଁ ଏପରି ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଗୋଟିଏ ପଟେ ରୁଷ୍‌ ଆକ୍ରମଣରେ ୫ନାଗରିକ ମୃତ୍ୟୁବରଣ କରିଥିବା ବେଳେ ସେହିଦିନ ସିରିଆ ସମର୍ଥକ ସଂଗଠନ ଏହି ଆକ୍ରମଣ କରିଛି । ଆକ୍ରମଣରେ ୨୦ଜଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ କିଛି ଛାତ୍ର ଥିବା ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.