ଢାବା ନିକଟରେ ବୋମାମାଡ଼, କାରଣ ଅସ୍ପଷ୍ଟ
4/01/2021 at 8:03 AM

ମାର୍ଶାଘାଇ ୦୪।୦୧ : ଢାବା ନିକଟରେ ବୋମାମାଡ଼ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ଉପରକୁ ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ମାର୍ଶାଘାଇ ଥାନା ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ ବୋମା ମାଡ ହୋଇଛି । ତିନି ଜଣ ଦୃବୁତ୍ତ ଆସି ଏକ ଟିଭିଏସ୍ ଆପାଚି ବାଇକରେ ଆସି ରାଜପଥ ଉପରେ ଛିଡା ହୋଇ ୨ ଟି ବୋମାମାଡ କରିଥିଲେ । ତେବେ ଏହି ବୋମାମାଡରେ କୈଣସି କ୍ଷୟକ୍ଷତି ହୋଇନଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ଘଟଣାସଂପର୍କରେ ପୋଲିସକୁ ଖବର ଦିଆଯାଇଥିଲା । ମାର୍ଶାଘାଇ ପୋଲିସ ଏବଂ କେନ୍ଦ୍ରାପଡା ଜିଲ୍ଲା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଛାନ୍ଭିନ୍ ଜାରି ରଖିଛନ୍ତି ।
Related Posts
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021
ନୀଳଗିରି: ଖେଳ ପଡିଆରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
25 January 2021
ରେଙ୍ଗାଲି: ଚୋରି ଟଙ୍କା ଫେରି ପାଇଲେ ଚାଷୀ
25 January 2021