Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ଜମି ଜବରଦଖଲକୁ ନେଇ ବୋମାମାଡ଼

26/07/2020 at 8:10 AM

କୋଣାର୍କ ୨୬।୦୭:  କୋଣାର୍କ ମହିଳା ସଙ୍ଗଠନର ଜମି ଜବରଦଖଲକୁ ନେଇ ବୋମାମାଡ । ଦୀର୍ଘ ୧୭ ବର୍ଷ ଧରି କୋଣାର୍କ ମହିଳା ସଙ୍ଗଠର କୋଣାର୍କ ନିକଟସ୍ଥ ତାରିଣୀ କଲୋନୀରେ ଏକ ଜମି ରହିଥିଲା । ୨୦ ଦିନ ତଳେ ଗୋପ ବ୍ଲକ ଶୋରଭା ପଞ୍ଚାୟତର ଜଣେ ଯୁବକ ଏହି ଜମିକୁ ଜବରଦଖଲ କରିଥିବା ଅଭିଯୋଗ କରି ଶତାଧିକ ମହିଳା କୋଣାର୍କ ଥାନାର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ କୋଣାର୍କ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ।

ତେବେ  ଗତକାଲି ଏହି ଯୁବକ ଜଣଙ୍କ ଅନ୍ୟ କିଛି ଯୁବକଙ୍କ ସହ ନେଇ ଏକ ଗୃହ ନିର୍ମାଣ କାମ ଆରମ୍ଭ କରିଥିଲେ । ମହିଳା ମାନେ ଏହାକୁ ବିରୋଧ କରିଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରିବାକୁ କହିଥିଲା । ହେଲେ ପୋଲିସ କଥା ମଧ୍ୟ ସେମାନେ ଶୁଣି ନଥିଲେ । ପରେ ପୋଲିସ କାମ ବନ୍ଦ କରିବା ସହିତ ଥାନାକୁ ଉଭୟ ପକ୍ଷକୁ ଡ଼ାକିଥିଲା । ହେଲେ ମହିଳା ସଭାପତି ମିନର୍ଭା ରାଉତ୍ ଙ୍କୁ ଧମକ ଦେଇଥିବା ଯୁବକ ଜଣଙ୍କ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏବେସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ଏହାକୁ ନେଇ କୋଣାର୍କ ଥାନା ଘେରାଉ କରିବାକୁ ଚେତାବନୀ ଦେଇଛି ମହିଳା ସଙ୍ଗଠନ ।

   Related Posts