ଦଳେଇପୁଟ ଗାଁରେ ବୋମାମାଡ, ଘର ଉପରକୁ ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର
12/08/2020 at 8:59 AM

ଖୋର୍ଦ୍ଧା ୧୨।୦୮ : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ବୋମାମାଡ ହୋଇଛି । ବିଳମ୍ବିତ ରାତିରେ ଗାଁ ଟୁକୁନି ସ୍ୱାଇଁଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଛି । ବୋମାମାଡ଼ରେ ଟୁକୁନି ସ୍ୱାଇଁଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବୋମାମାଡ ଘଟଣାରେ ପୋଲିସ ଜଣଙ୍କୁ ଥାନାରେ ଅଟକ ପଚପାଉଚରା କରୁଛି ।

Related Posts
ଅବହେଳା ପାଇଁ ଚାଲିଗଲା ଜୀବନ, ଛାତରୁ ପଡି ଶ୍ରମିକ ମୃତ
28 January 2021