ପୂର୍ବଶତ୍ରୁତାକୁ ନେଇ ବୋମାମାଡ, ୩ ଆହତ
27/07/2020 at 7:49 AM

ଡେଲାଙ୍ଗ ୨୭।୦୭: ପୁରୀ ଜିଲ୍ଲା କଣାସରେ ବୋମା ମାଡ଼ । ବଡଗଡ଼ପୁଟୁ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ ହୋଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଆହତ ମାନେ ହେଲେ ଅମରେଶ୍ୱର ପରିଡା, ଅବକାଶ ପରିଡା ଏବଂ ମହେନ୍ଦ୍ର ରାଉତରାୟ ।
ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରୁ ଅବକାଶ ପରିଡା ଏବଂ ମହେନ୍ଦ୍ର ରାଉତରାୟଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଜନୈତିକ ଶତ୍ରୁତାରୁ ଏହି ଘଟଣା ଘଟିଥବା ଜଣାପଡିଛି ।
Related Posts
ରୋଷେଇ ବେଳେ ଫାଟିଲା ସିଲିଣ୍ଡର, ଜଣେ ଗୁରୁତର
28 February 2021
ପଥର ଖାଦାନରେ ବିସ୍ଫୋରଣ, ଚାଲିଗଲା ଜଣଙ୍କ ଜୀବନ
28 February 2021