ତୁଳସୀ ମଣ୍ଡପ ନିକଟରେ ବୋମାମାଡ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | March 05, 2021 IST

ଆସିକା,୦୫/୦୩: ଗଞ୍ଜାମ ଜିଲ୍ଲା ଆସିକା ଥାନା ନୂଆଗାଁ ରଘୁନାଥ ସାହି ତୁଳସୀ ମଣ୍ଡପ ନିକଟରେ ଗୁରୁବାର ରାତ୍ରିରେ ବୋମାମାଡ ହୋଇଛି । ରାତି ପ୍ରାୟ ଗୋଟାଏରେ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି ।

{"id":418235,"sizeSlug":"large","linkDestination":"none"}

କୌଣସି ଅଜଣା ଦୁର୍ବୃତ୍ତ ଆସି ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ବୋମାମାଡ ପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ସେପଟେ ଶୁକ୍ରବାର ସକାଳୁ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ଛାନଭିନ ଜାରିରଖିଛି । କିନ୍ତୁ ଏହି ବୋମା ମାଡ଼ କିଏ ଏବଂ କାହିଁକି କଲା ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.