ବୋମାମାଡ ସହ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | March 14, 2020 IST

ଆଠଗଡ଼ ୧୪।୦୩: ଆଠଗଡ଼ ତିଗିରିଆ ଥାନା କଣ୍ଠିପୁରରେ ବୋମାମାଡ ହୋଇଛି । ବୋମାମାଡରେ ସହ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ବୋମାମାଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

{"id":237985,"width":576,"height":432,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଗାଁରେ ବୋମା ମାଡ କରିବା ସହ ଜଣଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ନଷ୍ଟ ହୋଇଯାଇଛି । ଗତ ୧୧ରେ ସୁନେଇ ରୁପେଇ ସେତୁ ଉପରେ ବୋମା ମାଡ ହୋଇଥିବା ନେଇ ତିଗିରିଆ ଥାନାରେ ଅଭିଯୋଗ ହୋଇଥିଲା । ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବଢି ଚାଲିଥିବାବେଳେ ପୋଲିସର ନିଷ୍କ୍ରିୟତା ସାମ୍ନାକୁ ଆସିଛି ।

{"id":237986,"width":586,"height":440,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.