Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ପୁର୍ବତନ କାଉନସିଲରଙ୍କୁ ବୋମାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

7/02/2020 at 8:05 AM

ରାଉରକେଲା ୦୭।୦୨:  ରାଉରକେଲାରେ ବୋମା ମାଡ଼ । ପୁର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ ବୋମାମାଡ଼ ହୋଇଛି । ବାସନ୍ତି କଲୋନୀ କ୍ବାଟର ନମ୍ବର ଏ.ଏମ/ 81 ଅଶେଷଙ୍କ ଘର ସମ୍ମୁଖରେ ହୋଇଛି ବୋମାମାଡ଼। ଗୁରୁତର ଅବସ୍ଥାରେ ଆଇଜିଏଚ୍‌ ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ପ୍ରାୟ ୯.୪୫ ମିନିଟ ସମୟରେ ଅଶେଷ କ୍ଳବରୁ କ୍ୟାରେମ ଖେଳି  ସ୍କୁଟିରେ ଘରକୁ ଫେରୁଥିଲେ । ହଠାତ୍‌ ତିନିଜଣ ବାଇକ ଆସି ବୋମା କରି ଫେରାର ହୋଇଯାଇଛନ୍ତି । ବୋମାମଡରେ ଗୁରୁତର ଅବସ୍ଥାରେ ଅଶେଷଙ୍କୁ ତୁରନ୍ତ ଇସ୍ପାତ ଜନେରାଲ ହସ୍ପିଟାଲ ( ଆଇଜିଏଚ)ରେ ଭର୍ତ୍ତି କରାଯାଇଛି । ତେବେ ଅଶେଷ ଏବେ ବିପଦମୁକ୍ତ ଅଛନ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।  ଖବର ପାଇ ଘଟଣାସ୍ଥଳରେ ଉଦିତ ନଗର ପୋଲିସ ସହ ରାଉରକେଲା ଏସ୍‌ପି ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି ।  

ବୋମା ମାଡ଼ ପଛରେ ବ୍ୟବସାୟିକ  ନା ରାଜନୈତିକ ଶତୃତା ତାର ସ୍ପଷ୍ଟ ହୋଇନାହିଁ । ତେବେ  ଏହା ପୁର୍ବରୁ 2010 ମସିହାରେ ଅଶେଷଙ୍କ ଉପରକୁ ବିରଜା ପଲ୍ଲୀ ଅଞ୍ଚଳରେ ଗୁଳିମାଡ ହୋଇଥିଲା । ସେହି ଶତୃତାର ପୁନରାବୃତି ହୋଇଥାଇ ପାରେ ବୋଲି କହିଛନ୍ତି ଅଶେଷ । ଅଶେଷ ମହାନ୍ତି ପୁର୍ବରୁ ଡି-ବ୍ରଦର୍ସ ଲିଙ୍କରେ ଜେଲ ଯାଇ ଜାମିନରେ ଆସିବା ପରେ ବିଜେପିରେ ଯୋଗଦେଇଥିଲେ ।  ଗତ ସାଧାରଣ ନିର୍ବାଚନ ପୁର୍ବରୁ ବିଜେପି ଛାଢ଼ି ବିଜେଡ଼ିରେ ଯୋଗଦେଇଛନ୍ତି । 

   Related Posts