ତାବରତକୋଟରେ ଆକ୍ରମଣ ଓ ବୋମାମାଡ଼ , ଜଣେ ଗୁରୁତର

Published By : Prameya-News7 Bureau | August 06, 2020 IST

ଢେଙ୍କାନାଳ ୦୬।୦୮: ଢେଙ୍କାନାଳ ସଦର ଥାନା ତାବରକୋଟରେ ଆକ୍ରମଣ ଓ ବୋମା ମାଡ଼ ହୋଇଛି । ଏହି ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ମୁଣ୍ଡିଆ ଶବର ସାହିର ଶ୍ରୀମନ୍ତ ବେହେରା ବୋଲି ଜଣାପଡିଛି ।

{"id":310428,"sizeSlug":"large"}

ସୂଚନାଯୋଗ୍ୟ ଯେ, ତାବାରକୋଟ ଗାଁରେ ବୋମା ମାଡ ଓ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଗୋଟିଏ ଜୀବନ୍ତ ବୋମା ମଧ୍ୟ ଉଦ୍ଧାର ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢୁଥିବାର ଦେଖିବାକୁ ମିଳିଛି । ତେବେ ଘଟଣାରେ ଗୁରୁତର ଶ୍ରୀମନ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବୋମାମାଡ଼ ଓ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.