ଯୋଜନା ଫେଲ୍, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ

Published By : Prameya-News7 Bureau | April 13, 2021 IST

ମାଲକାନଗିରି ୧୩।୦୪: ଯୋଜନା ଫେଲ୍‌ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜା ହୋଇଥିବା ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲେ ସିଆରପିଏଫ୍‌ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ।

ଖବର ଅନୁଯାୟୀ, ଛତିଶଗଡ଼ ସୁକୁମା ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ମିନପା ଠାରୁ ବୁର୍କାପାଳ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି । ଏଥିରେ ସୁରକ୍ଷାକର୍ମୀମାନେ ନିୟୋଜିତ ରହିଥିଲେ । ସେମାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ରାସ୍ତାକଡ଼ରେ ଲ୍ୟାଣ୍ଡଲାଇନ୍‌ ଲଗାଇଥିଲେ । ତେବେ ଆଜି ସର୍ଚ୍ଚ ଅପରେସନ ସମୟରେ ଲ୍ୟାଣ୍ଡମାଇନ ଡେକ୍ଟଟର ଦ୍ୱାରା ଠାବ କରାଯାଇଥିଲା । ଠାବ ପରେ ଉକ୍ତ ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କରାଯାଇଥିଲା । ଯାହାର ଓଜନ ପ୍ରାୟ ୧୦ କିଲୋ ହେବା ବୋଲି ସୂଚନା ରହିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.