Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବୋମା ପକାଇ ବାରହା ଶିକାର, ବିପଦରେ ବନ୍ୟଜନ୍ତୁ

7/11/2021 at 12:54 PM

ତେଲକୋଇ, ୦୭/୧୧: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଞ୍ଚଳରେ ଚାଲିଛି ଅବାଧ ବାରହା ଶିକାର। ଶିକାରୀ ମାନେ ବୋମା ପକାଇ ବାରହା ଶିକାର କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳ କରଦାଙ୍ଗି ପଞ୍ଚାୟତ  କଲଝରି ସାହିରେ ।

ସୂଚନାନୁସାରେ, କଲଝରି ସାହି ନିକଟ ଚେମୁଟଖୋଳ ପାହାଡରେ ଶନିବାର ତିନୋଟି ବାରହାକୁ ବୋମା ପକାଇ ଶିକାର କରାଯିବା ପରେ ଦୁଇଟି ବାରହାକୁ ଶିକାରୀ ମାନେ ନେଇ ପଳାଇ ଥିଲେ ।ତେବେ ଅନ୍ୟ  ଗୋଟିଏ ବାରହାର ମୃତଦେହ ଚେମୁଟଖୋଳ ପାହାଡ ନିକଟ ଚଷାତଇଲାରେ ପଡିରହିଛି ।ତେଲକୋଇ ରେଞ୍ଜରେ ଦୈନଦିନ ବନ୍ୟଜନ୍ତୁ ଶିକାର ଚାଲିଥିବା ବେଳେ ଏବେ ବୋମା ପକାଇ ଶିକାର କରିବା ଲୋକଙ୍କ ପେଶା ପାଲଟିଯାଇଛି।

ଆଗକୁ ବନବିଭାଗ ସଚେତନ ନହେଲେ ବାରହା ବଂଶ ଲୋପ ପାଇବା ସହ ବିଛା ଯାଇଥିବା ବୋମାରେ ମନୁଷ୍ୟ, ବନ୍ୟଜନ୍ତୁଙ୍କ ସହିତ ଗୃହପାଳିତ ପଶୁ ମଧ୍ୟ ବିପଦରେ ପଡିବା ଆଶଙ୍କା ଦେଖାଦେଇଛି ।  

   Related Posts