କେନ୍ଦୁଝରରେ ହାତୀ ମାରିବାକୁ ବିଲରେ ବିଛା ଯାଇଥିବା ବିସ୍ଫୋରକ ଉପରେ ପାଦ ପଡିଯିବାରୁ ବିସ୍ଫୋରଣ ହୋଇ ୨ ଭାଇ ଗୁରୁତର :ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି

Published By : Prameya-News7 Bureau | November 17, 2018 IST

କେନ୍ଦୁଝର ୧୭/୧୧: କେନ୍ଦୁଝରରେ ହାତୀ ମାରିବାକୁ ବିଲରେ ବିଛା ଯାଇଥିବା ବିସ୍ଫୋରକ ଉପରେ ପାଦ ପଡିଯିବାରୁ ବିସ୍ଫୋରଣ ହୋଇ ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଯୋଗୁଁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।  ଅଭିଯୋଗ ଅନୁସାରେ ବିନିଦା ଗାଁର ଦୁଇ ଭାଇ କେଦାର ଜୁଆଙ୍ଗ ଓ ମୁକୁନ୍ଧ ଜୁଆଙ୍ଗ ନିଜର ଜଙ୍ଗଲ ଜମି ଅଧିକାରରେ ପାଇଥିବା ଜମିରେ ଚାଷ କରିଥିଲେ । ଆଜି ସକାଳୁ ସକାଳୁ ଦୁଇ ଭାଇ ବିଲକୁ ଯିବା ସମୟରେ ବିଲ ଭିତରେ କେହି ବିଛାଇଥିବା କିଛି ବିସ୍ଫୋରକ ଜିନିଷ ଉପରେ ସାନ ଭାଇ ମୁକୁନ୍ଦର ଗୋଡ ପଡିଯାଇଥିଲା । ଫଳରେ ତାହା ଖୁବ ଯୋରରେ ବିସ୍ଫୋରଣ ହୋଇଥିଲା ଓ ମୁକୁନ୍ଦ ରୁ ୧୦ ଫୁଟ ଉପରକୁ ଉଠି ଖସି ପଡିଥିଲେ ଓ ତାଙ୍କର ବାମ ଗୋଡଟି ଛେତରା ହୋଇଯାଇଛି । ବିସ୍ଫୋରଣ ଏତେ ଯୋର ଥିଲା ଯେ ତାଙ୍କ ପଛରେ ଆସୁଥିବା ତାଙ୍କର ବଡଭାଇ କେଦାରଙ୍କ ଆଖି ଓ ମୁଣ୍ଡରେ ଆଘାତ ଲାଗିଛି । ଘଟଣା ସ୍ଥଳରୁ ଉଭୟଙ୍କୁ ଗାଁ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଛନ୍ତି । ସେମାନଙ୍କ ମଧ୍ୟରୁ ସାନ ଭାଇ ମୁକୁନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି। ଗତ କିଛି ଦିନ ହେବ ଏହ ଅଞ୍ଚଳରେ ଓ ଏହାର ପାଖଆଖ ଅଞ୍ଚଳରେ କିଛି ବଣୁଆ ହାତୀ ପଲ ଡେରା ପକାଇ ଏହି ଅଞ୍ଚଳରେ ଧାନ ଫସଲ ଖାଇଯାଉଛନ୍ତି । ତା ସହ କିଛି ବାରହା ମଧ୍ୟ ରାତିରେ ଧାନ ବିଲରେ ପଶି  ଫସଲ ନଷ୍ଟ କରି ପକାଉଛନ୍ତି। ତେଣୁ ଏହି ହାତୀ କିମ୍ବା ବାରହା ମାରିବାକୁ କେହି ଏହା ପରି ବିସ୍ଫୋରକ ବିଛାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.