ଲକଡାଉନରେ ଅକ୍ଷୟ କୁମାରଙ୍କ ବିମାନ ଯାତ୍ରାକୁ ନେଇ ବିବାଦ, ମନ୍ତ୍ରୀ କହିଲେ- ପୋଲିସ ତଦନ୍ତ କରିବ କାହିଁକି ଖିଲାଡି କୁମାର ଯାଇଥିଲେ ନାସିକ୍ ?

Published By : Prameya-News7 Bureau | July 05, 2020 IST

ମୁମ୍ବାଇ, ୦୫|୦୭:  ବିବାଦରେ ଫସିଛନ୍ତି ବଲିଉଡ୍ ଆକ୍ସନ୍ ଷ୍ଟାର୍ ଅକ୍ଷୟ କୁମାର । ଲକଡାଉନ୍ ସମୟରେ ଉତ୍ତର ମହାରାଷ୍ଟ୍ରରୁ ନାସିକକୁ ହେଲିକପ୍ଟର ଯୋଗେ ଯାଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଅକ୍ଷୟ । ଏହି ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଛାଗନ ଭୁଜବଳ କହିଛନ୍ତି ଯେ, ଶନିବାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଷୟଙ୍କୁ କୌଣସି ସ୍ୱତନ୍ତ୍ର ଅନୁମତି ଦିଆଯାଇଥିଲା ନା ନାହି ସେଦିଗରେ ତଦନ୍ତ କରାଯାଉଛି । ସେ ଆକାଶପଥରେ ନାସିକ ଯାଇ ରିସୋର୍ଟରେ ରହିଥିଲେ । ଏହି ଖବର ପ୍ରଥମେ କିଛି ଖବର କାଗଜରେ ପ୍ରକାଶ ପାଇଥିଲା । ସେ କେବେ ଗଲେ ଓ ଫେରିଲେ ସେନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ । ତାଙ୍କୁ ଅନୁମତି ଦିଆଯାଇଥିଲା ନା ନାହିଁ ତାହାର ତଦନ୍ତ ଆରମ୍ଭ ହୋଇଛି ।

ତେବେ ଅକ୍ଷୟଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେ ଡାକ୍ତରଙ୍କୁ ଦେଖା କରିବାକୁ ଅନୁମତି ନେଇ ଯାଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.