ଅମିର ଖାନଙ୍କୁ ହତ୍ୟାକାରୀ କହି ବ୍ରେକିଂ ନ୍ୟୁଜ୍ କଲା ପାକିସ୍ତାନୀ ଚ୍ୟାନେଲ୍, ସୋସିଆଲ ମିଡିଆରେ ଟ୍ରୋଲ
18/04/2020 at 2:22 PM

ନୂଆଦିଲ୍ଲୀ, ୧୮|୦୪: ବଲିଉଡର ମିଷ୍ଟର ପରଫେକ୍ଟ ଅମିର ଖାନ ସର୍ବଦା କୌଣସି ନା କୌଣସି ପ୍ରସଙ୍ଗରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ନିକଟରେ ଏପରି କିଛି ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି । ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନୀ ମିଡିଆ ଅମିରଙ୍କୁ ନେଇ ଏପରି କିଛି କରିଛି ଯାହାଫଳରେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛି ।
ନିକଟରେ ଏକ ପାକିସ୍ତାନୀ କୋର୍ଟ ୧୭ ବର୍ଷ ପରେ ରାଜନୈତିକ ଦଳ ମୁଜାହିର କୋମୀର ଜଣେ ନେତାଙ୍କୁ ହତ୍ୟା ଅଭିଯୋଗରୁ ଖଲାସ କରିଥିଲା । ଏହି ନେତାଙ୍କ ନାମ ହେଉଛି ଅମିର ଖାନ । ଏହି ଖବରର ବ୍ରେକିଂ ସମୟରେ ପାକ୍ ମିଡିଆ ଏକ ବଡ ଭୁଲ କରିଦେଇଥିଲା । ପାକିସ୍ତାନର ଏକ ଉର୍ଦ୍ଦୁ ଚ୍ୟାନେଲ ହତ୍ୟା ଅଭିଯୁକ୍ତ ଅମିରଙ୍କ ବଦଳରେ ଭାରତୀୟ ସେଲିବ୍ରିଟି ଅମିର ଖାନଙ୍କ ଫଟୋ ପ୍ରସାରଣ କରିଥିଲା ।
ତେବେ କିିଛି ସମୟ ପରେ ଚ୍ୟାନେଲ ନିଜ ଭୁଲ ବୁଝିପାରିଥିଲା । କିନ୍ତୁ ବ୍ରେକିଂ ସମୟର ଫଟୋ ଅନେକ ଲୋକ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଏହି ଭୁଲ ପାଇଁ ଏହି ଚ୍ୟାନେଲ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛି ।
ସୂଚନାଯୋଗ୍ୟ, ଅମର ଖାନ ଅତିଶୀଘ୍ର ଲାଲ୍ ସିଂ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ସାମ୍ନାକୁ ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ହଲିଉଡର ଫରେଷ୍ଟ ଗମ୍ପର ରିମେକ୍ ଅଟେ ।ଏଥିର ଅମିରଙ୍କ ସହ କରୀନା କପୁJ ଖାନ ମଧ୍ୟ ଅଭିନୟ କରିଛନ୍ତି ।