Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାଦ ଯୋଗୁ ମିଳିନଥିଲା ସ୍ବୀକୃତି, ପରଲୋକରେ ବି ଉପେକ୍ଷିତ ହେଲେ ‘କାମସୂତ୍ର-ଥ୍ରୀଡି’ର ନାୟିକା ସାୟରା

21/04/2019 at 8:08 PM

ମୁମ୍ବାଇ ୨୧।୪: ବଲିଉଡ୍ ଫିଲ୍ମ ଅଭିନେତ୍ରୀ ସାୟରା ଖାନଙ୍କ ଗତ ଶୁକ୍ରବାର ପରଲୋକ ହୋଇଛି। ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଏକ ଇଣ୍ଟରନେଟ ପୋର୍ଟାଲ ସୂତ୍ରରୁ ଜଣାପଡିଛି। ଫିଲ୍ମ ‘କାମସୂତ୍ର-ଥ୍ରୀଡି’ରେ ସେ ଅଭିନୟ କରିଥିଲେ। ତେବେ ତାଙ୍କ ପରଲୋକରେ ଫିଲ୍ମ ଇଣ୍ଡଷ୍ଟ୍ରିର କୌଣସି ଜଣେ ବି ସେଲେବ୍ରିଟି ଶୋକ ବ୍ୟକ୍ତ ନ କରିବା ଚଳଚିତ୍ରର ନିର୍ମାତା ରୂପେଶ ପାଲ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି ।

ଫିଲ୍ମ କାମସୂତ୍ର-ଥ୍ରୀଡି ଆରମ୍ଭରୁ ହିଁ ବିବାଦିୟ ଥିଲା। ମୁଖ୍ୟ ଚରିତ୍ରରେ ନାୟିକା ଶର୍ଲିନ ଚୋପ୍ରାଙ୍କୁ ନେଇ ବେଶ ବିବାଦ ଦେଖା ଦେଇଥିଲା। ଏଣୁ ଶର୍ଲିନଙ୍କ ଚରିତ୍ରରେ ଅଭିନୟ କରିଥିଲେ ସାୟରା। ଚଳଚିତ୍ର  ରିଲିଜବେଳେ ଶର୍ଲିନଙ୍କୁ ନେଇ ପୁଣି ବିବାଦ ଉପୁଜିବାରୁ ସାୟରା ଯେଉଁ ପରିଚୟର ହକଦାର ଥିଲେ ତାହା ପାଇ ପାରିନଥିଲେ ବୋଲି ପୋର୍ଟାଲରେ ଉଲ୍ଲେଖ କରିଛନ୍ତି ରୂପେଶ। ତେବେ ସାୟରାଙ୍କ ସ୍ମୃତିଚାରଣ କରି ରୂପେଶ ଉଲ୍ଲେଖ କରିଛନ୍ତି ଯେ ଶର୍ଲିନ ଚଳଚିତ୍ରରୁ ବିଦା ହେବା ପରେ ତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାୟରାଙ୍କୁ ଅନେକ କଷ୍ଟ କରିବାକୁ ପଡିଥିଲା। ସାୟରାଙ୍କ ପାଇଁ ଭୂମିକା ବାସ୍ତବିକ ଚାଲେଞ୍ଜିଂ ଥିଲା।  ସେ ମୁସ୍ଲିମ ହୋଇଥିବାରୁ ଫିଲ୍ମରେ ତାଙ୍କୁ କାଷ୍ଟିଂ କରିବା ମଧ୍ୟ ତକଲିଫ ଥିଲା। ଏହା ସତ୍ତ୍ବେ ସାୟରା ତାଙ୍କ ଭୂମିକାର ନିଖୁଣ ଅଭିନୟ କରି ନିଜକୁ ବେଶ ସାବ୍ୟସ୍ତ କରିପାରିଥିଲେ।

ସାୟରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରୂପେଶ ତାଙ୍କ ଭଳି ଜଣେ ନାୟିକାଙ୍କୁ ଇଣ୍ଡଷ୍ଟ୍ରି ଭୁଲିଯିବା ବାସ୍ତବିକ ଦୁଃଖଦ ବୋଲି କହିଛନ୍ତି । ଶ୍ରଦ୍ଧାଞ୍ଜଳି ଦେବା ତ ଦୂରର କଥା, ତାଙ୍କୁ କେହି ମନେ ମଧ୍ୟ ପକାଇଲେ ନାହିଁ। ଏହାଠାରୁ ବଳି ଦୁଃଖ ଦାୟକ ଆଉ କିଛି ବି ହୋଇ ନପାରେ ବୋଲି ଉଲ୍ଲେଖ କରିଛନ୍ତି ରୂପେଶ। କାମସୂତ୍ର-ଥ୍ରୀଡିରେ ବଲିଉଡ୍ ଡେବ୍ୟୁ କରିଥିଲେ ସାୟରା। ହେଲେ ଚଳଚିତ୍ର ଆରମ୍ଭରୁ ବିବାଦ ଯୋଗୁ ସାୟରାଙ୍କ ଭଳି ଜଣେ କଳାକାରଙ୍କୁ ଯେପରି ମାନ୍ୟତା ମିଳିବାର କଥା ତାହା ମିଳିପାରିନଥିଲା। କାମସୂତ୍ର ପରେ ସାୟରା କିଛି ଆଞ୍ଚଳିକ ଚଳଚିତ୍ରରେ ଅଭିନୟ କରିଥିଲେ। ହେଲେ ବଲିଉଡରୁ ତାଙ୍କୁ ପରବର୍ତ୍ତି ଅଫର ମିଳିନଥିଲା। ତେବେ ଦୀର୍ଘଦିନରୁ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ।

   Related Posts