ବିଶ୍ବରେ ସବୁଠୁ ପ୍ରଶଂସିତ ବାରାକ ଓବାମା ଓ ମିଚେଲ ଓବାମା, ଭାରତରେ ମୋଦି ଶୀର୍ଷରେ

Published By : Prameya-News7 Bureau | September 26, 2020 IST

ନୂଆଦିଲ୍ଲୀ ୧୬/୦୯: ୟୁଗୋଭ (YouGov)ର ଏକ ସର୍ଭେ ସାମ୍ନାକୁ ଆସିଛି। ଯେଉଁଥିରେ ବିଶ୍ବ ଓ ଭାରତର ସବୁଠୁ ପ୍ରଶଂସନୀୟ ପୁରୁଷ ଓ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବିଶ୍ବର ସବୁଠୁ ୨୦ ପ୍ରଶଂସନୀୟ ଲୋକଙ୍କ ନାଁ ରହିଛି। ଏହା ସହ ଭାରତର ସବୁଠୁ ପ୍ରଶଂସିତ ୨୫ ବ୍ୟକ୍ତିବିଶେଷଙ୍କ ତାଲିକା ପସ୍ତୁତ କରାଯାଇଛି। ରାଜନୀତି ଦୁନିଆରୁ ଆରମ୍ଭ କରି ବଲିଉଡ୍ ଷ୍ଟାର ତଥା ଖେଳାଳୀଙ୍କ ନାଁ ମଧ୍ୟ ସାମିଲ ଅଛି। ଅନସ୍କିନରେ ନଜର ଆସୁ ନ ଥିବା ଶାହରୁଖ ମଧ୍ୟ ଏହି ତାଲିକାରେ ରହିଛନ୍ତି।

୪୨ ଦେଶର ୪ ହଜାର ୫୦୦ ବ୍ୟକ୍ତିବିଶେଷଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏହା ପରେ ବିଶ୍ବ ଓ ଭାରତ ସବୁଠୁ ପ୍ରଶଂସିତଙ୍କ ତାଲିକା ପ୍ରସ୍ତୁତ କରାଗଲା। ବିଶ୍ବର ୨୦ ସବୁଠୁ ପ୍ରଶଂସିତ ପୁରୁଷଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା।ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଶାହରୁଖ ଖାନ, ଅମିତାଭ ବଚ୍ଚନ ଓ ବିରାଟ କୋହଲି ସାମିଲ ଅଛନ୍ତି। ୨୦୧୮ରେ ଶେଷଥର ପାଇଁ ଫିଲ୍ମ ଜିରୋରେ ନଜର ଆସିଥିଲେ କିଙ୍ଗ ଖାନ୍। ତା’ପରେ ସତ୍ବେ ଏବେ ବି ତାଙ୍କ ପ୍ରଶଂସଙ୍କ ଅଧିକ ଥିବା ଏହି  ତାଲିକା ସ୍ପଷ୍ଟ କରୁଛି।

{"id":334747,"sizeSlug":"large"}

ତେବେ ଭାରତର ସବୁଠୁ ପ୍ରଶଂସିତ ବ୍ୟକ୍ତିବିଶେଷଙ୍କ ତାଲିକାର ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପରେ ରତନ ଟାଟା,  ଅକ୍ଷୟ କୁମାର, ଅମିତାଭ ବଚ୍ଚନ, ସଚିନ୍ ତେନ୍ଦୁଲକର, ସଲମାନ ଖାନ, ଏମ ଏସ ଧୋନି, ଦଲାଇ ଲାମାଙ୍କ ବ୍ୟତୀତ ଏଲନ ମସ୍କ, ଭ୍ଲାଦିମିର ପୁଟିନ, ଜ୍ୟାକ ମା, ଡୋନାଲ୍ଡ ଡ୍ରମ୍ପ, ମାଇକଲ ଜାର୍ଡନ, ପୋପୋ ଫ୍ରାନ୍ସିସ ଓ ଜୋକୋ ବିଡିଡୋ ମଧ୍ୟ ସ୍ଥାନ ପାଇଛନ୍ତି।

ସେହିପରି ପ୍ରଶଂସିତ ମହିଳାଙ୍କ ତାଲିକାର ସବା ଆଗରେ ରହିଛନ୍ତି ବାରାକ ଓବାମାଙ୍କ ପତ୍ନୀ ମିଚେଲ ଓବାମା। ତାଙ୍କ ବ୍ୟତୀତ ଆଞ୍ଜେଲିନା ଜଲି, ରାଣୀ ଏଲିଜାବେଥ୍ ଦ୍ବିତୀୟ, ଅଭିନେତ୍ରୀ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପଡ଼ା, ସୁଧା ମୂର୍ତି ପ୍ରମୁଖ ସ୍ଥାନ ପାଇଛନ୍ତି। ଏହି ସର୍ଭେ ୨୦୨୦ ମାର୍ଚ ମଧ୍ୟରେ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.