ଅଭିନୟ ଲାଗି ବୟସକୁ ୨୫ ବର୍ଷ ପଛକୁ ନେବାକୁ ପଡୁଛି, ୭୧ ବର୍ଷ ବୟସରେ ବି ରଙ୍ଗେଇବାକୁ ପଡୁଛି ଚୁଟି ଓ ମୁଛ : ଶରତ ସକ୍ସେନା

Published By : Prameya-News7 Bureau | July 15, 2021 IST

ବଲିଉଡ ଦିଗ୍ଗଜ ଅଭିନେତା ଶରତ ସକ୍ସେନା ତାଙ୍କ ଗଣମାଧ୍ୟମ ସାକ୍ଷାତକାରକୁ ନେଇ ଏବେ ପୁଣି ଚର୍ଚ୍ଚାରେ। ହିନ୍ଦୀ ସିନେମାରେ ପ୍ରାୟତଃ ତାଙ୍କୁ ଖଳ ଚରିତ୍ରରେ ଦେଖା ଯାଇଥାଏ। ବୟସାଧିକ୍ୟ ସତ୍ତ୍ୱେ କେବଳ ଅଭିନୟ ଲାଗି ସେ ନିଜକୁ ଫିଟ ରଖିବାକୁ ବାଧ୍ୟ ହେଉଥିବା କହିଛନ୍ତି। ସିନେମା ଉଦ୍ୟୋଗ ସର୍ବଦା ଯୁବ ବର୍ଗଙ୍କର। ଏଥିରେ ଭେଟେରାନଙ୍କ ଲାଗି ଯେଉଁ ଭୂମିକା ଲେଖା ଯାଉଛି ତାହା ପ୍ରାୟତଃ ଅମିତାଭଙ୍କ ଭଳି କଳାକାରଙ୍କୁ ନଜରରେ ରଖି ଲେଖାଯାଉଛି। ଏଥିରେ ଆମକୁ ପଚାରିବ ବା କିଏ ବୋଲି କହିଛନ୍ତି ସକ୍ସେନା।

{"id":481021,"width":840,"height":480,"sizeSlug":"large","linkDestination":"none"}

ଏଣୁ ୭୧ ବର୍ଷ ବୟସରେ ବି ପ୍ରଯୋଜକ ଫିଲ୍ମଟିଏ କରିବାକୁ ଚାହୁଁଥିବା ଶୁଣିବା ମାତ୍ରେ ଭୂମିକା ଲାଗି ଧାଡି ବାନ୍ଧିବାକୁ ପଡୁଛି। ଏଥିପାଇଁ ନିଜକୁ ଫିଟ ରଖିବାକୁ ପଡୁଛି। ନିଜଠୁ ବୟସରେ ୨୦-୨୫ ବର୍ଷ ସାନ କଳାକାରଙ୍କ ସହ ନିଜକୁ ସମାନ କରିବାକୁ ପଡୁଥିବା କହିଛନ୍ତି ସକ୍ସେନା। ଏଣୁ ଏତେ ବୟସରେ ବି ୫୦ ବର୍ଷର ଦେଖାଇ ହେବାକୁ ପଡୁଥିବା କହିଛନ୍ତି। ଇଣ୍ଡଷ୍ଟ୍ରିରେ ବୟସ୍କ କଳାକାରଙ୍କ ଲାଗି କୌଣସି କାମ ନାହିଁ। ଦୁର୍ଭାଗ୍ୟର କଥା ହେଉଛି ଏଥିରେ ବି ଆମକୁ  ବଞ୍ଚିବା ଲାଗି ସଂଘର୍ଷ କରିବାକୁ ପଡୁଛି। 

{"id":481024,"width":837,"height":453,"sizeSlug":"large","linkDestination":"none"}

୧୯୭୦ ଦଶକରେ ଶରତ ସହାୟକ କଳାକାର ଭାବେ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ସେବେଠାରୁ ଏ ପର୍ଯ୍ୟନ୍ତ ସେ ଅନେକ ଭୂମିକାରେ ଅଭିନୟ କଲେଣି। ହେଲେ ତାଙ୍କ ମନ ଚାହୁଁଥିବା ଭୂମିକାଟିଏ ଏପର୍ଯ୍ୟନ୍ତ ତାଙ୍କୁ ମିଳିପାରି ନଥିବାର ଅବଶୋଷରେ ଅଛନ୍ତି। ନିଜକୁ ଫିଟ ରଖିବା ଲାଗି ଶରତ ଦୈନିକ ଦୁଇଥର ୱାର୍କ ଆଉଟ୍‌ କରୁଛନ୍ତି। ଇଣ୍ଡଷ୍ଟ୍ରିରେ ବୟସ୍କଙ୍କ ଲାଗି ଯାହାବି ଭଲ ଭୂମିକା ଲେଖା ଯାଉଛି ତାହା ପ୍ରାୟତଃ ଅମିତାଭଙ୍କ ନିକଟକୁ ଯାଉଛି। ଯାହା ବଳୁଛି ସେଥିରେ ଯେଉଁ କଳା ନୈପୁଣ୍ୟତା ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି ସେପରି ଆଶାଜନକ ହେଉ ନଥିବା ରିଡିଫକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.