ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାର ଅସୁସ୍ଥ: ସୁସ୍ଥ କାମନା କରି ପ୍ରାର୍ଥନା କରିବାକୁ କହିଲେ ସାୟରା ବାନୋ

Published By : Prameya-News7 Bureau | December 07, 2020 IST

ମୁମ୍ବାଇ ୦୭/୧୨ : ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାର ଓ ସାୟରା ବାନୋଙ୍କ ବିବାହକୁ ୫୪ ବର୍ଷ ହୋଇସାରିଛି। ବିବାହର ଏତେ ବର୍ଷ ପରେ ମଧ୍ୟ ଉଭୟଙ୍କ ସମ୍ପର୍କ ପ୍ରଭା ଭଳି ରହିଛି। ଆଜି ମଧ୍ୟ ଦୁହେଁ ପରସ୍ପର ସହ ଅଛନ୍ତି। ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଗତ କିଛି ବର୍ଷ ହେଲା ଭଲ ନାହିଁ। ସାୟରା ବାନୋ ସ୍ୱାମୀ ଦିଲୀପ କୁମାରଙ୍କ ଦେଖାଶୁଣା କରୁଛନ୍ତି।

ସାୟରା ବାନୋ ନିକଟରେ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ ଦିଲୀପ କୁମାର ଗତ କିଛି ବର୍ଷ ମଧ୍ୟରେ ବହୁତ ଦୁର୍ବଳ ହୋଇପଡିଛନ୍ତି। ତାଙ୍କର ପ୍ରତିରୋଧକ କ୍ଷମତା ମଧ୍ୟ ବହୁତ ଦୁର୍ବଳ ହୋଇପଡିଛି। ସେ ସ୍ୱାମୀଙ୍କ ଦେଖାଶୁଣା କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ସେ ଆଜି ବି ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେଥିପାଇଁ ତାଙ୍କ ଦେଖାଶୁଣା କରିବାକୁ ତାଙ୍କୁ ଭଲ ଲାଗେ।

ଦିଲୀପଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ଏବଂ ସେ ଭଲ ଭାବେ ଚଲାବୁଲା ବି କରି ପାରୁନାହାନ୍ତି ବୋଲି ସେ କହିଛନ୍ତି। ତାଙ୍କର ସୁସ୍ଥ କାମନା କରି ଭଗବାନଙ୍କ ପ୍ରାର୍ଥନା କରିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ଦିଲୀପ କୁମାରଙ୍କ ଦୁଇ ଭାଇ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.