ବଲିଉଡ଼ ସୁପରଷ୍ଟାର ଗୋବିନ୍ଦା ବିବାହ କଲା ପରେ ବି ଏହି ଅଭିନେତ୍ରୀଙ୍କ ସହ ପାଗଳ ଭଳି ଭଲପାଇବା ସହ ରଖୁଥିଲେ ସଂପର୍କ

Published By : Prameya-News7 Bureau | April 04, 2019 IST

ବଲିଉଡ଼ରେ ଗୋବିନ୍ଦାକୁ କିଏ ନ ଜାଣେ । ଜଣେ ସୁପରଷ୍ଟାରଭାବେ ଯେତିକି ପରିଚିତ , ଆହୁରି ଅଧିକ ପରିଚିତ ଚକୋଲେଟ ତଥା ଲଭର ବୟଭାବେ । ସେ ଅଶୀ ଦଶକରେ ଲକ୍ଷଲକ୍ଷ ଯୁବତୀଙ୍କ ସ୍ଵପ୍ନର ରାଜକୁମାର ସିନା ପାଲଟୁଥିଲେ କିନ୍ତୁ ସେ ମାତ୍ର କେତେଜଣ ଯୁବତୀଙ୍କ ପାଇଁ ପାଲଟିଯାଇଥିଲେ ପ୍ରେମୀ ଦିଓ୍ଵାନୀ । ସେ ବିବାହ କରିସାରିଲା ପରେ ବି ପାଗଳ ଭଳି ଭଲ ପାଉଥିଲେ ଏହି ହୋରୋଇନମାନଙ୍କୁ ।

{"id":100300}

 ୫୪ବର୍ଷ ବୟସ୍କ ଗୋବିନ୍ଦା ଏବେ କିଛି କମ୍ ନାହାଁନ୍ତି । ୧୬୫ରୁ ଅଧିକ ସିନେମାରେ ଅଭିନୟ କରି ୧୨ଥର ଫିଲମ ଫେୟାର ପାଇଥିଲେ ।

{"id":100301,"width":588,"height":792}

ସିନେମା ..ଇଲଜାମ..ମାଧ୍ୟମରେ ନୀଲମ ନାମକ ଜଣେ ନବାଗତାଙ୍କ ସହ ହୋଇଥିଲା ପରିଚିତ । ଫିଲ୍ମ ତ ସୁପରହିଟ ହେଲା ଯୋଡ଼ି ବି ବନିଗଲା ସୁପରହିଟ୍ । ନୀଲମଙ୍କୁ ନେଇ ସାରା ସିନେମା ଇଣ୍ଡଷ୍ଟ୍ରୀ ପଡ଼ିଲା ଉଠିଲା । ନୀଲମ ଆଉ ଗୋବିନ୍ଦାଙ୍କ ନାଁ ପବନରେ ବି ଲେଖିହେଇଗଲା । ଗୋବିନ୍ଦାଙ୍କ ମାଆ ନୀଲମଙ୍କୁ ବୋହୂ କରିବାକୁ ଚାହୁଁ ନଥିଲେ । ତେଣୁ ନିର୍ଦ୍ଦେଶକ  ଅନୀଲ ସିଂଙ୍କ ପତ୍ନୀଙ୍କ ସାନଭଉଣୀ ସୁନୀତାକୁ ବହୁତ ପସନ୍ଦ କରୁଥିଲେ ଗୋବିନ୍ଦାଙ୍କ ମାଆ । ତେଣୁ ସୁନୀତାଙ୍କୁ ବୋହୂ କରିବାକୁ ଜିଦ୍ ଧରିଥିଲେ । ଶେଷରେ ସୁନୀତା  ଗୋବିନ୍ଦାଙ୍କୁ ବିବାହ କଲେ ସିନା କିନ୍ତୁ ନୀଲମଙ୍କୁ ଛାଡ଼ି ପାରିଲେ ନାହିଁ । ବିବାହ ପରେ ମଧ୍ୟ ତାଙ୍କ ସହ ରଖିଲେ ସଂପର୍କ । ଏହି ସଂପର୍କ ରଖିବାକୁ ନେଇ ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତାଙ୍କ ସହ ବି ହୋଇଛି ବହୁଥର ପାଟିତୁଣ୍ଡ ।

{"id":100302}

ବିବାହ ପରେ ମଧ୍ୟ ରାଣୀ ମୁଖାର୍ଜୀଙ୍କ ସହ ଯୋଡ଼ି ସାରା ସିନେମା ଦୁନିଆରେ ଗୋବିନ୍ଦାଙ୍କୁ ଚର୍ଚ୍ଚାରେ ଯୋଡ଼ିଲା ।ରାଣୀ-ଗୋବିନ୍ଦା ଯୋଡ଼ି ସାରା ସିନେମା ପ୍ରେମୀ ମାନେ କିଏ ନ ଜାଣିଛନ୍ତି । ରାଣୀଙ୍କ ସହ ଗୋବିନ୍ଦା ଏମିତି ଫେଭିକୁଇକ୍ ଭଳି ପ୍ରେମରେ ରହିଲେ ବାଧ୍ୟ ହୋଇ ସୁନୀତାଙ୍କୁ ଫୋନ କରି ରାଣୀଙ୍କୁ ଧମକେଇବାକୁ ପଡ଼ିଲା । ତଥାପି ଗୋବିନ୍ଦା ଜମା ସଂପର୍କ ଫିକା ପକେଇଲେନି ରାଣୀଙ୍କ ସହ । ଯେମିତି ଚାଲିଥିଲା ସେମିତି ଚାଲିଲା ।

{"id":100303}

ନୀଲମ ଓ ରାଣୀକୁ ନେଇ ଗୋବିନ୍ଦା ବେଶି ହୋଇଥିଲେ ଚର୍ଚ୍ଚା ଓ ବିବାହ ପରେ ମଧ୍ୟ ରଖିଥିଲେ ଶାରୀରିକ ସଂପର୍କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.