ମୋଦିଙ୍କ ଅତିଥି ହେଲେ ବଲିଉଡର ସେଲିବ୍ରିଟି : ସେଲଫି ନେବାକୁ ଭିଡ଼
20/10/2019 at 10:21 AM

ନୂଆଦିଲ୍ଲୀ ୨୦/୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଫିଲ୍ମ ଓ ସିନେମା ଜଗତର ଅନେକ କଳାକାରଙ୍କୁ ଭେଟିଛନ୍ତି । ଅଭିନେତା ଆମିର ଖାନ, ଶାହରୁଖ ଖାନ ସମେତ ବଲିଉଡ଼ର ଅନେକ ବଡ଼ ତାରକା କାର୍ଯ୍ୟକ୍ରମରେ ଯୋଗ ଦେଇ ଗାନ୍ଧୀଜୀଙ୍କ ଜଡ଼ିତ କାର୍ଯ୍ୟକ୍ରମ ନେଇ ନିଜର ପ୍ରସ୍ତାବ ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗାନ୍ଧୀଜୀଙ୍କ ବିଚାର ସର୍ବୋପରି। ତାଙ୍କର ବିଚାର ବ୍ୟାପକ। ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଫିଲ୍ମ ଜଗତର ତାରକାଙ୍କୁ ଦାଣ୍ଡିରେ ନିର୍ମିତ ଗାନ୍ଧୀ ମ୍ୟୁଜିୟମ ପରିଦର୍ଶନ କରିବାକୁ ଅପିଲ କରିଛନ୍ତି। କେବଳ ଏତିକି ନୁହଁ ଆପଣମାନଙ୍କୁ ଷ୍ଟେଚ୍ୟୁ ଅଫ ୟୁନିଟି ଯିବା ଉଚିତ୍, ଯେଉଁଠିକୁ ଦେଶ ଓ ଦୁନିଆର ଲୋକ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଳା ଓ ସିନେ ଜଗତର ଲୋକଙ୍କୁ କହିଛନ୍ତି ଯେ ରଚମାତ୍ମକ କ୍ଷମତାରେ ଦେଶ ଆଗକୁ ବଢୁ। ମହାତ୍ମା ଗାନ୍ଧୀଙ୍କ ବିଚାରକୁ ପ୍ରଚାରିତ କରିବା ପାଇଁ ଫିଲ୍ମ ଓ ଟେଲିଭିଜନ ଜଗତ ସଭିଏ କାମ କରୁଥିବା ମୋଦୀ କହିଛନ୍ତି।

ଅଭିନେତା ଆମିର କହିଛନ୍ତି ବାପୁଙ୍କ ବିଚାରକୁ ପ୍ରଚାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାସକୁ ମୁଁ ପ୍ରଶଂସା କରୁଛି। କ୍ରିଏଟିଭ ଲୋକ ଭାବେ ଆମେ ବହୁତ କିଛି କରି ପାରିବା। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭରସା ଦେଉଛି ଯେ ଆମେ ଏହି ଦିଗରେ କିଛି କରିବାକୁ ପ୍ରୟାସ କରିବୁ। ଆମିର ଖାନ ଓ ଶାହରୁଖ ଖାନଙ୍କ ଏକ ଭିଡ଼ିଓ ମଧ୍ୟ ପିଏମଓ ନିଜର ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରିଛି, ଯେଉଁଥିରେ ଦୁଇ ଅଭିନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
