ଏହି ସବୁ ବଲିଉଡ ତାରକା ମାରାତ୍ମକ ରୋଗରେ ହୋଇଛନ୍ତି ଆକ୍ରାନ୍ତ, ଜାଣନ୍ତୁ କାହାକୁ କଣ ହୋଇଛି…
3/01/2019 at 1:47 PM

ମୁମ୍ୱାଇ ୩|୧: ବଲିଉଡ କଳାକାର ମାନଙ୍କ ଜାବନରେ କ୍ୟାନସର ସବୁଠୁ ବଡ ଖଳନାୟକ। କେବଳ କ୍ୟାନସର ନୁହେଁ, ଅବ୍ୟବସ୍ଥିତ ଜୀବନ ଶୈଳୀ ଯୋଗୁଁ ବିଭିନ୍ନ ମାରତ୍ମକ ରୋଗରେ ମଧ୍ୟ ପଡୁଛନ୍ତି ଲୋକପ୍ରିୟ କଳାକାର ମାନେ । ଅନେକ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ କ୍ୟାନସରର ଶିକାର ହୋଇଛନ୍ତି ତ ଅନେକେ ଅନ୍ୟ ମାରାତ୍ମକ ରୋଗର ଶିକାର ହୋଇଛନ୍ତି । ଶାରିରୀକ ଦୃଷ୍ଟିକୋଣରୁ ଫିଟ୍ ଦେଖାଯାଉଥିବା ସଲମାନ ଖାନ ମଧ୍ୟ ଏକ ମସ୍ତିଷ୍କ ସ୍ନୟବିକ ରୋଗରେ କଷ୍ଟ ଭୋଗୁଛନ୍ତି। କେତେ ଜଣ ମୃତ୍ୟୁକୁ ଟକ୍କର ଦେଇ ଚିକିତ୍ସା ପରେ ସିନେମା ଜଗତକୁ ମଧ୍ୟ ଫେରିଛନ୍ତି। ଏମିତି ସମୟରେ ପରିବାର ଲୋକ ଓ ଫ୍ୟାନ୍ସଙ୍କ ଭଲପାଇବା ତାଙ୍କର ଏକମାତ୍ର ଖୁସିର କାରଣ ହୋଇଥାଏ। ଆସନ୍ତୁ ଜାଣିବା ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବା ସିନେମା ଜଗତର କିଛି କଳାକାରଙ୍କ ବିଷୟରେ।

ସୋନାଲୀ ବେନ୍ଦ୍ରେ
ସୋନାଲୀ ବେନ୍ଦ୍ରେ୯୦ ଦଶକରେ ନିଜ ଫିଗର ପାଇଁ ଚର୍ଚ୍ଚିତ ସୋନାଲୀ ବେନ୍ଦ୍ରେ ଏବେ କିଛି ଦିନ ପୂର୍ବରୁ ନ୍ୟୁ ୟର୍କରେ କ୍ୟାନସର ଚିକିତ୍ସା କରି ଭାରତ ଫେରିଛନ୍ତି। ଡାକ୍ତରଙ୍କ ସୂଚନା ଅନୁସାରେ ସେ ଏବେ ବିପଦମୁକ୍ତ ।

ସୋନମ କପୁର
ସିନେମା ଜଗତରେ ସୋନମ କପୁର ତାଙ୍କ ଷ୍ଟାଇଲ ପାଇଁ ଚର୍ଚ୍ଚିତ । ସିନେମା ଜଗତର ଲିଜେଣ୍ଡ ସୁପରଷ୍ଟାର ଅନୀଲ କପୁରଙ୍କ ଝିଅ ସୋନମ ତାଙ୍କ ଯୁବା ଅବସ୍ଥାରୁ ମଧୁମେହର ଶିକାର ହୋଇଛନ୍ତି। ୨୦୧୮ରେ ସୋନମଙ୍କୁ ମଧୁମେହ ଅତ୍ୟଧିକ ବଢିଯାଇଥିଲା। କିନ୍ତୁ ଯୋଗ, ବ୍ୟାୟାମ ଏବଂ ସଂତୁଳିତ ଆହାର ଦ୍ୱାରା ସେ ମଧୁମେହକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି ।

ଅଜୟ ଦେବଗନ
ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ଲେଟରଲ ଏପେଣ୍ଡିସାଈଟିସ ହୋଇଛି। ଏହା ଏମିତି ଏକ ରୋଗ ଯଉଥିରେ ଅଧିକ କଷ୍ଟ ହୋଇଥାଏ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ କେବେ କେବେ ଏମିତି କଷ୍ଟ ହେଲେ ଗୋଟେ କପ କଫି ହାତରେ ଉଠାଇବା ମଧ୍ୟ କଷ୍ଟକର ହୋଇଥାଏ।

ଶାହଋଖ ଖାନ୍
କିଂଗ ଖାନ୍ ବର୍ଷ ତଳେ ତାଙ୍କ କାନ୍ଧର ୮ଟି ସର୍ଜରୀ କରିସାରିଛନ୍ତି। କିଛି ବର୍ଷ ତଳେ ମଧ୍ୟ ସେ ମାନସିକ ଅବସାଦଗ୍ରସ୍ତ ପର୍ଯ୍ୟାୟ ଦେଇ ଗତି କରିସାରିଛନ୍ତି । କିନ୍ତୁ କିଂଗ ଖାନ୍ ଅତି କମ ଦିନ ମଧ୍ୟରେ ଏହି ବ୍ୟାଧିରୁ ମୁକ୍ତ ହୋଇଥିଲେ। ଶାହଋଖଙ୍କର ଏହି ରୋଗ ଏବେ ବହୁ ମାତ୍ରାରେ କମିଯାଇଛି।

ଇର୍ଫାନ ଖାନ
୨୦୧୮ ମସିହା ମାର୍ଚ୍ଚରେ ଇର୍ଫାନ ଖାନଙ୍କୁ ନ୍ୟୁରୋ ଏଣ୍ଡୋକ୍ରାଇନ ଟ୍ୟୁମର ହୋଇଥିଲା। ଏବେ ତାଙ୍କର ଚିକିତ୍ସା ଲଂଡନରେ ଚାଲିଛି। ଏକ ଚିଠି ଲେଖି ଇର୍ଫାନ କହିଛନ୍ତି ଯେ, ମାସେ, ଦିମାସ କି ବର୍ଷେ ପରେ ଜୀବନର ଗତି କଣ ହେବ ସେ ଜାଣନ୍ତି ନାହିଁ । କୌଣସି ଜିନିଷ ପାଇଁ ତାଙ୍କର ଆଉ କିଛି ବ୍ୟସ୍ତତା କି ପରୱା ନାହିଁ ।

ତାହିରା କଶ୍ୟପ
ଅଭିନେତା ଆୟୁଷମାନ ଖୁରାନାଙ୍କ ଅର୍ଦ୍ଧାଙ୍ଗିନୀ ତାହିରା କଶ୍ୟପ ବ୍ରେଷ୍ଟ କ୍ୟାନସରର ଶିକାର ହୋଇଛନ୍ତି। ଏବେ ଚିକିତ୍ସା ପରେ ସେ ବିପଦମୁକ୍ତ ଅଛନ୍ତି।