ଲକଡାଉନବେଳେ ଭାଇରାଲ୍ ହେଲା ବଲିଉଡ ଷ୍ଟାରଙ୍କ କ୍ବାରେଣ୍ଟାଇନ୍ ସେଲ୍ଫି
25/03/2020 at 3:37 PM

ମୁମ୍ବାଇ ୨୫/୩: ଲକଡାଉନ୍ ଏବଂ କ୍ବାରେଣ୍ଟାଇନରେ ବଲିଉଡ ସେଲିବ୍ରିଟି ତାଙ୍କ ଫ୍ୟାନଙ୍କୁ କରୋନା ଭାଇରସର ସଂକ୍ରମଣରୁ ବର୍ତ୍ତିବା ପାଇଁ ପ୍ରେରିତ କରୁଛନ୍ତି ଏବଂ ଘରେ ରହିବାକୁ ଅନୁରୋଧ କରୁଛନ୍ତି। ଅମିତାଭ ବଚ୍ଚନ,ଶ୍ରଦ୍ଧା କପୁର,ଅନନ୍ୟା ପାଣ୍ଡେ ଭଳି ସେଲିବ୍ରିଟି ଘରେ ରହି ତାଙ୍କ ସେଲଫି ନେଉଛନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହା କରି ସେ ତାଙ୍କ ଫ୍ୟାନ୍ ଏବଂ ଦେଶବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିବେ ଯେ ସେମାନେ ଘରେ ରହି କ’ଣ କ’ଣ କରି ପାରିବେ।
ବିଗ୍ ବିଙ୍କ ଜିମ୍ ସେଲ୍ଫି : ଅମିତାଭ ବଚ୍ଚନ ନିଜ ଘରେ ଥିବା ଜିମରେ ଓ୍ବାର୍କଆଉଟ୍ କରୁଛନ୍ତି। ସେଲ୍ଫି ନେଇ ସେ ଲେଖିଛନ୍ତି- ଜିମ୍ କରିବା ଜାରି ରଖନ୍ତୁ,ପ୍ରତିରୋଧକ କ୍ଷମତା ବଢ଼ାନ୍ତୁ,ଲଢ଼ନ୍ତୁ,ଲଢ଼ୁଥାନ୍ତୁ।
ଆଉଟିଂ ପାଇଁ ରେଡ୍ଡି ଅନନ୍ୟା : ଅନନ୍ୟା ବାହାରକୁ ଯିବା ପାଇଁ ପୂରାପୂରି ରେଡ୍ଡି।
ରଣବୀର ଏବଂ ଦୀପିକାଙ୍କ ମସ୍ତି : ରଣବୀର ସିଂହ, ଦୀପିକାଙ୍କ ସହ ଓ୍ବାର୍କଆଉଟର ଏକ ସେଲ୍ଫି ପୋଷ୍ଟ କରିଛନ୍ତି,ଯେଉଁଥିରେ ସେ ନଟି ମୁଡରେ ନଜର ଆସୁଛନ୍ତି। ଏଥିରେ ସେ ମଜାଦାୟକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି।
ଛାତ ଉପରେ ଶ୍ରଦ୍ଧାଙ୍କ ଓ୍ବାର୍କଆଉଟ୍ : ଶ୍ରଦ୍ଧା କପୁର ମଧ୍ୟ କ୍ବାରେଣ୍ଟାଇନ୍ ଟାଇମକୁ ମସ୍ତିରେ ଅତିବାହିତ କରୁଛନ୍ତି। ଶ୍ରଦ୍ଧା ତାଙ୍କ ଘରର ଛାତ ଉପରେ ଓ୍ବାର୍କଆଉଟ୍ କରୁଛନ୍ତି ଏବଂ ଏହାର ସେଲଫି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।
ପେଟସଙ୍କ କେୟାର କରୁଛନ୍ତି ରବୀନା : ରବିନା ଟଣ୍ଡନ ନିଜ ଘରେ ପେଟସଙ୍କ ସହ ସେଲଫି ପୋଷ୍ଟ କରିଛନ୍ତି। ଏହା ସହିତ ସେ ସମସ୍ତଙ୍କୁ ମ୍ୟାସେଜ ଦେଇଛନ୍ତି ଯେ ପୋଷା ଜନ୍ତୁମାନେ କୋଭିଡ-୧୯ର ବାହକ ନୁହେଁ। ଏଥିପାଇଁ ତାଙ୍କ ସହ ଦୁର୍ବ୍ୟବହାର କରନ୍ତୁ ନାହିଁ।