ଅମିତାଭ ବଚ୍ଚନଙ୍କ ଦୀପାବଳି ପାର୍ଟିରେ ହେମା ମାଳିନୀ, ତାପସି ପନ୍ନୁଙ୍କ ସହ ନଜର ଆସିଲେ ଏହି ବଲିଉଡ ଷ୍ଟାର
28/10/2019 at 4:38 PM

ମୁମ୍ବାଇ୨୮|୧୦: ଗତ କାଲି ସମଗ୍ର ଦେଶରେ ବେଶ ଧୁମଧାମ୍ରେ ଦୀପାବଳି ପାଳନ କରାଯାଇଛି।ଏହି ଖାସ ଅବସରରେ ବଲିଉଡ ତାରକାମାନେ ମଧ୍ୟ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ମହାନାୟକ ଅମିତାଭ ବଚ୍ଚନ ନିଜ ଘରେ ଦୀପାବଳି ପାର୍ଟି ଆୟୋଜନ କରିଥିଲେ।

ଏହି ପାର୍ଟିରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇଥିଲେ।ଏହି କଳାକାରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ତେବେ ଅମିତାଭଙ୍କ ଘରେ ଆୟୋଜନ ହୋଇଥିବା ପାର୍ଟିରେ କେଉଁ କେଉଁ ଷ୍ଟାର ସାମିଲ ହୋଇଥିଲେ ଜାଣନ୍ତୁ।

ବଲିଉଡ ଅଭିନେତ୍ରୀ ତଥା ନେତ୍ରୀ ହେମା ମାଳୀନି ଲାଲ ଓ ସବୁଜ ରଂଗର ବନାରସି ଶାଢୀ ପିନ୍ଧି ପାର୍ଟିରେ ପହଞ୍ଚିଥିଲେ। ହେମା ବହୁତ ସୁନ୍ଦର ଦେଖାଯାଉଥିଲେ। ଅଭିନେତ୍ରୀ ପ୍ରୀତି ଜିଣ୍ଟା କ୍ରିମ ରଂଗର ଶାଢୀ ପିନ୍ଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସବୁଥର ଭଳି କାଲି ମଧ୍ୟ ପ୍ରୀତି ବହୁତ ସୁନ୍ଦର ଲାଗୁଥିଲେ।

ଅଭିନେତା ଶକ୍ତି କପୁର ଝିଅ ଶ୍ରଦ୍ଧା କପୁରଙ୍କ ସହ ପାର୍ଟିରେ ସାମିଲ ହୋଇଥିଲେ। ଶ୍ରଦ୍ଧା ବନାରସୀ ଶାଢୀରେ ବହୁତ ସୁନ୍ଦର ଦେଖାଯାଉଥିଲେ। ବଲିଉଡର କାରୱାଁ ଓ ଦ ଜୋୟା ଫ୍ୟାକ୍ଟର ବଳି ଫିଲ୍ମରେ ନଜର ଆସିଥିବା ଦଲକୀର ସଲମାନ ମଧ୍ୟ ବିଗ ବିଙ୍କ ପାର୍ଟିରେ ନଜର ଆସିଥିଲେ।ପାର୍ଟିକୁ ସେ ନିଜ ପତ୍ନୀ ଅମଲ ସୁଫିଆଙ୍କ ସହ ଯାଇଥିଲେ। ଏହି ଦମ୍ପତ୍ତି ବହୁତ ସୁନ୍ଦର ଦେଖାଯାଉଥିଲେ।

ଅଭିନେତା ଅର୍ଶଦ ବାସି ମଧ୍ୟ ବଚ୍ଚନ ପରିବାରର ଖୁସିରେ ସାମିଲ ହୋଇଥିଲେ। ଆର୍ଶଦଙ୍କୁ ପତ୍ନୀ ମାରିଆଙ୍କ ସହ ସ୍ପଟ୍ କରାଯାଇଥିଲା। ବରିଷ୍ଠ ନିର୍ଦ୍ଦଶକ ରାଜକୁମାର ହିରାନୀ ନିଜ ପତ୍ନୀଙ୍କ ସହ ପାର୍ଟିରେ ପହଞ୍ଚିଥିଲେ।

ଏମାନଙ୍କ ବ୍ୟତୀତ ରଣଦୀପ ହୁଡା, ଅଭିନେତ୍ରୀ ଦିବ୍ୟା ଦତ୍ତା, ଅଭିନେତ୍ରୀ କୃତି ସାନନ୍, ମଧ୍ୟ ନଜର ଆସିଥିଲେ। ପ୍ରସିଦ୍ଧ ଅଭିନେତା ସଚୀନ ପିଲଙ୍ଗାବକର ଢିଅ ଶ୍ରେୟା ଓ ପତ୍ନୀ ସୁପ୍ରିୟାଙ୍କ ସହ ପାର୍ଟିରେ ପହଞ୍ଟିଥିଲେ। ଗାୟକ ହିମେଶ ରେସମିୟା ତଥା କଳା ରଂଗର ଶାଢୀରେ ତାପସୀ ପନ୍ନୁ ଅମିତାଭଙ୍କ ପାର୍ଟିରେ ସାମିଲ ହୋଇଥିଲେ।