ଷ୍ଟେସନରେ ବୁଲି ବୁଲି ଲତା ମଙ୍ଗେସ୍କରଙ୍କ ସ୍ୱରରେ ଗୀତ ଗାଇ ପାଇଥିଲେ ପ୍ରସିଦ୍ଧି, ଏବେ ହିମେଶ ଦେଲେ ଫିଲ୍ମ ଅଫର

Published By : Prameya-News7 Bureau | August 22, 2019 IST

ଷ୍ଟେସନ ପ୍ଲାଟଫର୍ମରେ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ସୋସାଲ ମିଡିଆରେ ରାତାରାତ ଚର୍ଚ୍ଚାକୁ ଆସିଥିବା କୋଲକାତାର ରାନୁ ମଣ୍ଡଲଙ୍କୁ ରିୟଲିଟି ସୋରେ ଗୀତ ଗାଇବାକୁ ଅଫର ମିଳିଛି। ହୁଏତ ଆପଣଙ୍କୁ ଘଟଣା ଆଶ୍ଚର୍ଯ୍ୟ କରିପାରେ, ହେଲେ ଏହାହିଁ ହେଉଛି ଆଜିର ବାସ୍ତବିକତା। ପ୍ରଖ୍ୟାତ ବଲିଉଡ ଅଭିନେତା ହିମେଶ ରେମିୟା ତାଙ୍କୁ ଏହି ଅଫର ଦେଇଛନ୍ତି। ଆଗକୁ ସେ ତାଙ୍କ ଫିଲ୍ମରେ ବି ଗୋଟିଏ ଗୀତ ତାଙ୍କୁ ଗାଇବାକୁ ଦେବେ ବୋଲି କହିଛନ୍ତି। 

wp:html
/wp:html

ରାନୁଙ୍କ ସମ୍ପର୍କରେ ହିମେଶ ଜାଣିବା ପରେ ତାଙ୍କୁ ଭେଟିଥିଲେ। ତାଙ୍କର ଗାୟନ କଳାରେ ଅଭିଭୂତ ହୋଇ ତାଙ୍କର ଲୋକପ୍ରୀୟ ରିୟଲିଟି ସୋ କାର୍ଯ୍ୟକ୍ରମ ‘ସୁପର ଷ୍ଟାର ସିଙ୍ଗର’କୁ ଆମନ୍ତ୍ରଣ କରିଛନ୍ତି। ଏଠାରେ ରାନୁ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଶିଶୁ କଳାକାରଙ୍କୁ ଭେଟିବା ସହ ଜଜ୍ ମନଙ୍କ ସହ ମଧ୍ୟ ସାକ୍ଷାତ କରିବାର ସୁଯୋଗ ପାଇବେ। ଏ କ୍ଷେତ୍ରରେ ହିମେଶ  ପ୍ରଶିଦ୍ଧ ବଲିଉଡ ଷ୍ଟାର ସଲମାନ ଖାନଙ୍କ ପିତାଙ୍କ କଥା ମନେ ପକାଇଛନ୍ତି। ସଲମାନଙ୍କ ପିତା ତାଙ୍କୁ କହିଥିଲେ ଯେତେବେଳେ ବି ଟାଲେଣ୍ଟ ଥିବା କୌଣସି ବ୍ୟକ୍ତି ସହ ତୁମର ସାକ୍ଷାତ ହେବ ତାକୁ ଏମିତିରେ ଯିବାକୁ ଦେବନି। ତାକୁ ସହଯୋଗ କରିବ ଯେପରି ସେ ଆଗକୁ ବଢିପାରେ।

{"id":147612,"width":580,"height":386}

ଏଠାରେ ହିମେଶ ମଧ୍ୟ ସେଇଆ କରିବେ ବୋଲି କହିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ ‘ ହ୍ୟାପୀ ହାର୍ଡି ଏଣ୍ଡ ହୀର ’ର ଗୋଟିଏ ଗୀତ ଗାଇବାକୁ ରାନୁଙ୍କୁ ଦେବେ। ଏହି ଫିଲ୍ମରେ ରାନୁ ‘ତେରୀ ମେରୀ କାହାନୀ ’ ନାମରେ ଏକ ଗୀତ ଗାଇବେ। ରାନୁ ଲତାଙ୍କର ‘ଏକ ପ୍ୟାର କା ନଗମା’ ଗୀତ ଗାଇ  ଷ୍ଟେସନରେ କାହାର ଧ୍ୟାନ ଆକର୍ଷଣ କରିଥିଲେ। ହେଲେ ଏବେ ତା ବଦଳେ ମିଳିଛନ୍ତି ତାଙ୍କୁ ବିଚ୍ଛେଦ ହୋଇଯାଇଥିବା ଝିଅ ଓ ଗୀତର ବିଶାଳ ସଂସାର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.