Monday, February 18, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ୟାନସରରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ସୋନାଲି ବେନ୍ଦ୍ରେ

ମୁମ୍ବାଇ ୩/୧୨: ବଲିଉଡ୍  ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମୁମ୍ବାଇ ଫେରିଛନ୍ତି । ଗତ ଛଅ ମାସ ହେବ ନ୍ୟୁୟର୍କରେ କ୍ୟାନସରରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ। ଏବେ ସେ ସଂପୂର୍ଣ୍ଣ ସୁସ୍ଥ । ସୋନାଲି ବେନ୍ଦ୍ରେ ଗତକାଲି ସଂଧ୍ୟାରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିବାବେଳେ ତାଙ୍କୁ ସାମ୍ବାଦିକମାନେ ଘେରି ଯାଇଥିଲେ। ମିଡ଼ିଆକୁ ଦେଖି ସୋନାଲି ଭାବପ୍ରବଣ ହୋଇ ଯାଇଥିଲେ। ସେ ଲଗାତର ଭାବେ ହାତ ଯୋଡି ଧନ୍ୟବାଦ ଜଣାଉଥିଲେ। ସେ ଆହୁରି ମଧ୍ୟ କହିଥିଲେ ‘ଧନ୍ୟବାଦ, ମୋତେ ମୋର ଫ୍ୟାନ୍ ମାନେ ଏତେ ଭଲପାଇବା ଦେଇଛନ୍ତି ଯେ ସେମାନଙ୍କୁ କେବଳ ଧନ୍ୟବାଦ କହି ତାହାର ଭରଣା କରିପାରିବିନି।’ ସୋନାଲିଙ୍କ ସ୍ୱାମୀ ତଥା ନିର୍ମାତା-ନର୍ଦ୍ଦେଶକ ଗୋଲଡି ବହଲ କହିଛନ୍ତି ଯେ ସୋନାଲି ଏବେ ଠିକ୍  ଅଛନ୍ତି। ତାଙ୍କର ସବୁ ଚିକିତ୍ସା ଶେଷ ହୋଇଛି। କେବଳ ନିୟମିତ ଚେକ୍ ଅପ୍  କରିବାକୁ ପଡ଼ିବ। ସୋନାଲି ଜଣେ ଦୃଢମନା ମହିଳା ଓ ଆମେ ସମସ୍ତେ ତାଙ୍କ ସହ ଅଛୁ ବୋଲି ମଧ୍ୟ କହିଛନ୍ତି ଗୋଲଡି ବହଲ।

1038 Views

   ସମ୍ବନ୍ଧିତ ଖବର