Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରତ୍ୟେକ ଭାରତୀୟ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିକୁ ୧୦୦ଟଙ୍କା ଦାନ କରିବାକୁ ଅନୁରୋଧ କଲେ ଆଶା ଭୋସଲେ

7/04/2020 at 3:23 PM

ମୁମ୍ବାଇ ୭/୪: କରୋନା ଭାଇରସ୍ ଭଳି ମହାମାରୀରୁ ବର୍ତ୍ତିବା ପାଇଁ ଦେଶ ଯଥାସମ୍ଭବ ଉଦ୍ୟମ କରୁଛି। ପୂରା ଦେଶ ଅପ୍ରେଲ୍ ୧୪ତାରିଖ ଯାଏଁ ଲକଡାଉନ୍ କରି ଦିଆଯାଇଛି। ଏପରି ପରିସ୍ଥିତିରେ ଅନେକ ଲୋକଙ୍କୁ ଦୁଇ ବେଳାର ଖାଇବା ମିଳିପାରୁ ନାହିଁ। ଗରିବଙ୍କ ଅବସ୍ଥା ବହୁତ ଖରାପ ହୋଇଗଲାଣି ଏବଂ ରୋଜଗାର ଚାଲି ଯିବା ଫଳରେ ତାଙ୍କ ଜୀବନ ଅତିଷ୍ଠ ହୋଇ ପଡ଼ିଲାଣି। ଏପରି ଅବସ୍ଥାରେ ସେଲିବ୍ରିଟିମାନେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି। ଲତା ମଙ୍ଗେସକରଙ୍କ ପରେ ତାଙ୍କ ସାନ ଭଉଣୀ ଏବଂ ଦିଗ୍ଗଜ ଗାୟିକା ଆଶା ଭୋସଲେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି।

ଆଶା ଭୋସଲେ କହିଛନ୍ତି ଯେ ସମସ୍ତଙ୍କୁ ଅତି କମରେ ୧୦୦ଟଙ୍କାର ସାହାଯ୍ୟ କରିବା ଉଚିତ୍ ଏବଂ ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡରେ ଟଙ୍କା ଦେବା ଉଚିତ୍। ଆପଣଙ୍କୁ ୧୦୦ଟଙ୍କାର ଶକ୍ତିର ଅନ୍ଦାଜା ଅଛି କି? ଯଦି ଦେଶର ୧୩୦କୋଟି ଲୋକ ଏପରି କରିବେ ତେବେ ମୋଟ ୧୩,୦୦୦କୋଟି ହୋଇଯିବ। ଏହି ଟଙ୍କା ଲୋକଙ୍କ ସାହାଯ୍ୟରେ ଆସିବ।

ସାକ୍ଷାତକାରରେ ଆଶା ଭୋସଲେ ଦେଶବାସୀଙ୍କୁ ପ୍ରେରଣା ଦେବା ପାଇଁ ୧୯୫୪ମସିହାର ଫିଲ୍ମ ଜାଗୃତିର ଗୀତ ଆଓ ବଚ୍ଚୋ ତୁହ୍ମେ ଦିଖାଏଁ ଝାଙ୍କି ହିନ୍ଦୁସ୍ତାନ କି ଗାଇଥିଲେ। ଶେଷରେ ସେ ଭାରତ ବିଷୟରେ କହିଛନ୍ତି ଯେ ଭାରତ ଏକ ଏପରି ଦେଶ ଯାହାର ସ୍ବାଧୀନତା ପାଇଁ ସ୍ବାଧୀନତା ସଂଗ୍ରାମୀମାନେ ନିଜ ଜୀବନର ବଳିଦାନ ଦେଇଥିଲେ।

   Related Posts