ବଲିଉଡ ଫିଲ୍ମ ପାଇଁ ପାକିସ୍ତାନରେ ବଢୁଛି ସେକ୍ସ ଅପରାଧ- ଇମ୍ରାନ ଖାନ୍

Published By : Prameya-News7 Bureau | January 21, 2020 IST

ଇସଲାମାବାଦ ୨୧।୦୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣି ଥରେ ନିଜର ବେତୁକା ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଇମ୍ରାନ ଖାନ ଏଥର ପୁଣି ଭାରତ ବିରୋଧରେ ବିଷ ଓଗାଳିଛନ୍ତି । କିନ୍ତୁ ଏଥର ଭାରତ ସରକାରଙ୍କ ବିରୋଧରେ ନୁହେଁ, ବରଂ ଭାରତୀୟ ଫିଲ୍ମ ବା ବଲିଉଡକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ପାକିସ୍ତାନ ଓ ବିଶ୍ବର ମିଡିଆକୁ ସମ୍ଭୋଧିତ କରିବା ଅବସରେ ଏହି ବିବାଦୀୟ ବୟାନ ଦେଇଛନ୍ତି । ପାକିସ୍ତାନରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ପାଇଁ ବଲିଉଡ ଓ ଏଥିରେ ନିର୍ମାଣ ହେଉଥିବା ଫିଲ୍ମ ଦାୟୀ ବୋଲି କହିଛନ୍ତି ।  

ଇମ୍ରାନ ଖାନ ନିଜ ଦେଶରେ ବଢୁଥିବା ଯୌନ ହିଂସା ପାଇଁ ହଲିଉଡ ମଧ୍ୟ ସମାନ ପରିମାଣର ଦାୟୀ ବୋଲି କହିଛନ୍ତି । ଇଣ୍ଟରନେଟ ମାଧ୍ୟମରେ ବଲିଉଡ ଓ ହଲିଉଡ୍‌ର କଣ୍ଟେଣ୍ଟ ଆସୁଛି । ଏହାଦ୍ବାରା ପାକିସ୍ତାନୀ ଲୋକଙ୍କ ଉପରେ ଖରାପ ହେଉଛନ୍ତି । ସାଧାରଣଲୋକ ଖରାପ ହେବା ଓ ସେକ୍ସ ଅପରାଧୀ ପାଇଁ ମୋବାଇଲକୁ ମଧ୍ୟ ସମପରିମାଣରେ ଦାୟୀ କରିଛନ୍ତି ଇମ୍ରାନ । ମୋବାଇଲରେ ଶିଶୁମାନେ ଖରାପ କଣ୍ଟେଣ୍ଟ ଦେଖୁଛନ୍ତି , ଯାହା ପାଇଁ ପାକିସ୍ତାନରେ ଶିଶୁମାନେ ଯୌନ ଶୋଷଣର ଶୀକାର ମାମଲା ବୃଦ୍ଧି ପାଇଛି। ଆମେରିକା ଓ ଭାରତୀୟ ଫିଲ୍ମ ଇଣ୍ଟଷ୍ଟ୍ରିରୁ ଆସୁଥିବା କଣ୍ଟେଣ୍ଟ ଦେଶରେ ଶିଶୁ ଓ ସାଧାରଣଲୋକଙ୍କ ମାନସିକତାରେ ଖରାପ ପ୍ରଭାବ ପକାଉଛି । ଯାହାଫଳରେ ଆମ ଦେଶର ଲୋକମାନଙ୍କ ପରିବାରରେ ବିବାଦ ଦେଖାଦେଉଛି ବୋଲି ଇମ୍ରାନ ଖାନ୍ କହିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ବଲିଉଡ ଫିଲ୍ମକୁ ଆକ୍ଷେପ କରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ପାକିସ୍ତାନରେ କିଛି ଭାରତୀୟ ସିନେମା ପ୍ରଦର୍ଶିତ ଉପରେ ମଧ୍ୟ ରୋକ ଲଗାଯାଇଛି । ପାକିସ୍ତାନରେ ବଲିଉଡ୍‌ର ଫିଲ୍ମ – ମୁଲ୍କ, ରାଜୀ, ନାମ ଶବାନା, ବେବି, ଏକ ଥା ଟାଇଗର ରିଲିଜ ହୋଇନାହିଁ। ଏହାପରେ ପାକିସ୍ତାନୀ କାଳକାମାନଙ୍କୁ ଭାରତରେ କାମ କରିବା ଉପରେ ରୋକ ଲଗାଯାଇଛି । ଭାରତରେ ପାକିସ୍ତାନୀ କଳାକାର କାମ ନକରିବାରୁ ଏହାର ପ୍ରଭାବ ପାକିସ୍ତାନୀ ସଙ୍ଗୀତ ଓ ଫିଲ୍ମ ଜବତ ଉପରେ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.