Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡର କ୍ବିନ୍ କଙ୍ଗନା ରଣାୱତ

8/01/2020 at 10:17 AM

ମୁମ୍ବାଇ୮|୧: ବଲିଉଡ କ୍ବିନ୍‌ କଙ୍ଗନା ରଣାୱତ କେବଳ ନିଜ ଷ୍ଟାଇଲ ଲୁକ୍‌ ପାଇଁ ନୁହେଁ ବରଂ ନିଜର ପ୍ରତିଭା ଓ ଅନ୍ୟାନ୍ୟ ଜିନିଷ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛି ଦର୍ଶକ ତାଙ୍କୁ ଟ୍ରୋଲ କରନ୍ତି ସତ ହେଲେ ସେ ନିଜ ସାହାସିକତା ପାଇଁ ଅନେକ ଜଣଙ୍କୁ ନିଜ ଦିୱାନା କରିଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରିରେ ସେ ନିଜର ଭିନ୍ନ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇସାରିଛନ୍ତି।

କଙ୍ଗନାଙ୍କ ଅଭିନୟ ପାଇଁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ମଧ୍ୟ ମିଳିସାରିଛି। କଙ୍ଗନା ନିଜ ନିର୍ଭୟତା ଓ ପ୍ରତିଭା ଯାଗୁଁ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି। କଙ୍ଗନାଙ୍କ ପ୍ରଥମ ଫିଲ୍ମ ଗ୍ୟାଙ୍ଗଷ୍ଟାର ପାଇଁ ତାଙ୍କୁ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ମିଳିଥିଲା। ଏବେ କଙ୍ଗନା ନିଜର ଆଗାମୀ ଫିଲ୍ମ ‘ପଙ୍ଗା’ର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ଜଣେ କବାଡି ଖେଳାଳିଙ୍କ ସଂଘର୍ଷମୟ କାହାଣୀକୁ ନେଇ ପଙ୍ଗା ଫିଲ୍ମ ପ୍ରସ୍ତୁତ ହୋଇଛି ।ତେବେ କଙ୍ଗନାଙ୍କ ବିବାହକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

କଙ୍ଗନାଙ୍କ କହିବା ଅନୁସାରେ ସେ ଏବେ ବିବାହ କରିବା ପାଇଁ ପ୍ରସ୍ତୁତ । କଙ୍ଗନା କହିଛନ୍ତି ଯେ, ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜିବା ଅସମ୍ଭବ ଯିଏ ସବୁ ଜିନିଷରେ ପର୍ଫେକ୍ଟ ଥିବ। ହେଲେ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କୁ ଦେଖିବା ପରେ ତାଙ୍କର ଅନୁମାନ ବଦଳିଯାଇଛି। କାରଣ ନିତେଶ ବିବାହକୁ ନେଇ ଖୁବ ଖୁସି ଅଛନ୍ତି । ତେଣୁ ମଣିଷ ଚେଷ୍ଟା କଲେ ସବୁ ସ୍ତରରେ ଖୁସି ରହିପାରିବ ବୋଲି କହିଛନ୍ତି କଙ୍ଗନା। କଙ୍ଗନା କହିଛନ୍ତି ଯେ, ସେ ଖୁବ ଶୀଘ୍ର ବିବାହ କରିପାରନ୍ତି । ସୂଚନାଯୋଗ୍ୟ ଯେ, ତାଙ୍କ ଫିଲ୍ମ ‘ପଙ୍ଗା’ ରିଲିଜ ହେବା ପରେ ସେ ବିବାହ କରିପାରନ୍ତି ।

   Related Posts