ବାବ୍ରୀ ମସଜିଦ୍ ରାୟକୁ ନେଇ ବଲିଉଡ ଦୁଇଫାଳ, ଆଡଭାନୀଙ୍କୁ ବଧେଇ ଜଣାଇଲେ ନିର୍ଦ୍ଦେଶକ ଅନୁଭବ ସିହ୍ନା

Published By : Prameya-News7 Bureau | September 30, 2020 IST

ମୁମ୍ବାଇ ୩୦।୯: ଦୀର୍ଘ ୨୮ ବର୍ଷ ହେଲା କୋର୍ଟରେ ଚାଲିଥିବା ବାବ୍ରି ମସଜିଦ ଭଙ୍ଗା ମାମଲାରେ ବୁଧବାର ଜବନିକ ପଡିଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ମାମଲାରେ ତାଙ୍କର ରାୟ ଶୁଣାଇଥିବା ବେଳେ ବିଶେଷ ଜଜ୍ ଏସ୍.କେ.ଯାଦବ ତାଙ୍କ କାର୍ଯ୍ୟକାଳର ଶେଷ ରାୟ ଦେଇଛନ୍ତି। ଏହି ରାୟରେ ବାବ୍ରୀ ଭଙ୍ଗା ଲାଗି ସମସ୍ତ ୩୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଶରେ ମୁକ୍ତ କରିଦେଇଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ବଲିଉଡ ନିର୍ଦେଶକ ଅନୁଭବ ସିହ୍ନା ଏକ ଟ୍ୱିଟ୍‌ କରି ଲାଲକୃଷ୍ଣ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

wp:html /wp:html

ସିହ୍ନା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଲାଲକୃଷ୍ଣ ଆଡଭାନୀଙ୍କୁ ବଧେଇ ଜଣାଇବା ସହ ଏବେ ଆପଣ ଏହି ଦେଶର ଆତ୍ମାରେ ରକ୍ତର ରେଖା ଟାଣିବା ଅଭିଯୋଗରୁ ମୁକ୍ତ ହୋଇଗଲେ। ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ବାବ୍ରୀ ଭଙ୍ଗା ଘଟଣାରେ ଲାଲକୃଷ୍ଣ ଆଡଭାନୀଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଥିଲା। ସେ ଦେଶବ୍ୟାପୀ ରାମମନ୍ଦିର ଲାଗି ରଥଯାତ୍ରା ଆୟୋଜନ କରିବା ଯୋଗୁ ଶେଷରେ ବାବ୍ରୀ ଭଙ୍ଗାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

wp:html /wp:html

ତେବେ କୋର୍ଟଙ୍କ ନିଷ୍ପତ୍ତିରେ ଅଭିନେତ୍ରୀ ସ୍ୱରା ଭାସ୍କର ସନ୍ତୁଷ୍ଟ ନଥିବା ଭଳି ଜଣାପଡୁଛି। ରାୟକୁ ନେଇ ସ୍ୱରା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ବାବ୍ରୀ ମସଜିଦ୍‌ ଆପେ ଆପେ ଭୂଷୁଡି ପଡିଥିବା ଉଲ୍ଲେଖ କରିଛନ୍ତି। ସେହିପରି ପୋଷ୍ଟରେ ୩ଟି ଜୋଡହସ୍ତ ଷ୍ଟିକର ଲଗାଇଛନ୍ତି। ଏଥିରୁ କୋର୍ଟଙ୍କ ରାୟରେ ସେ ସନ୍ତୁଷ୍ଟ ନଥିବା ସ୍ପଷ୍ଟ ହୋଇଯାଇଥିବା ବେଳେ ରାୟ ବିରୋଧରେ ତର୍କ କରିବାର କୌଣସି ଲାଭ ନାହିଁ ବୋଲି ସାଂକେତରେ ସୂଚିତ କରିଛନ୍ତି।

wp:html /wp:html

କେବଳ ସ୍ୱରା ନୁହଁନ୍ତି ବଲିଉଡ ନାୟିକା ଗୌହର ଖାନ ମଧ୍ୟ ସନ୍ତୁଷ୍ଚ ନଥିବା ପରି ଲାଗୁଛନ୍ତି। ସେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରି ‘ନିଶ୍ଚିତ ରୂପେ ଏହା ଭୂମିକମ୍ପ ଥିଲା’ ବୋଲି ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଏହା ଆମ ପ୍ରତି ଉପହାସ ବୋଲି ଲେଖିବା ବିଚାରବିଭାଗୀୟ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ କଡା ବିରୋଧ କରିନାହାନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.