ଭାଙ୍ଗିଗଲା ସାଜିଦ-ୱାଜିଦଙ୍କ ଯୋଡି : ୪୨ ବର୍ଷ ବୟସରେ ସଂଗୀତ ନିର୍ଦେଶକ ୱାଜିଦଙ୍କ ନିଧନ, ବଲିଉଡରେ ଶୋକର ଛାୟା

Published By : Prameya-News7 Bureau | June 01, 2020 IST

ମୁମ୍ବାଇ ୦୧/୦୬ : ବଲିଉଡର ଜଣାଶୁଣା ସଂଗୀତ ନିର୍ଦେଶକଙ୍କ ଯୋଡି ସାଜିଦ-ୱାଜିଦର ୱାଜିଦ ଖାନଙ୍କ ୪୨ ବର୍ଷ ବୟସରେ ନିଧନ ହୋଇଯାଇଛି | ରବିବାର ବିଳମ୍ବିତ ରାତିରେ ୱାଜିଦଙ୍କର ନିଧନ ହୋଇଛି | ୱାଜିଦ ଗାୟକ ଭାବେ ସଲମାନ ଖାନଙ୍କ ପାଇଁ 'ହମକା ପିନି ହେ', 'ମେରା ଜଲବା' ସମେତ ଅନେକ ହିଟ ଗୀତ ଗାଇଥିଲେ |

{"id":279325,"width":565,"height":313,"sizeSlug":"large"}


ସୂଚନାଯୋଗ୍ୟ ଯେ, ୱାଜିଦଙ୍କୁ କିଡନୀରେ ସମସ୍ୟା ଥିଲା | ପାଖାପାଖି ୨ ମାସ ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | କିଛି ଦିନ ପୂର୍ବରୁ ସେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ | ୩ ଦିନ ପୂର୍ବରୁ ତାଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖା ଦେଇଥିଲା | କିନ୍ତୁ ହୃଦଘାତରେ ତାଙ୍କର ମୃତ୍ୟୁ ହେଇଥିବା କୁହାଯାଉଛି | ସେ ଡାଏବେଟିସରେ ମଧ୍ୟ ପୀଡିତ ଥିଲେ | ତେବେ କରୋନା ଲକ୍ଷଣ ଥିବା ଯୋଗୁଁ ୱାଜିଦଙ୍କ ଅନ୍ତିମ ଯାତ୍ରାରେ ଅଳ୍ପ କିଛି ଲୋକ ହିଁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି |

{"id":279327,"sizeSlug":"large"}


ୱାଜିଦଙ୍କ ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି | ଅନେକ ସଂଗୀତକାର ତଥା ଗାୟକ ୱାଜିଦଙ୍କ ନିଧନକୁ ବଲିଉଡ ପାଇଁ ଏକ ବଡ ଝଟକା ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.