ମୁମ୍ବାଇ ୨୯/୦୫ : ବଲିଉଡରେ ଏକ ସେ ଏକ ହିଟ ଗୀତ ଦେଇଥିବା ଗୀତିକାର ୟୋଗେସ ଗୌରଙ୍କ ନିଧନ ହୋଇଛି | ୭୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି | ୧୬ ବର୍ଷ ବୟସରେ ସେ ଲକ୍ଷ୍ନୌରୁ ମୁମ୍ବାଇ ଆସିଥିଲେ | ସେ ଅନେକ ଫିଲ୍ମ ପାଇଁ ଗୀତ ଲେଖିଛନ୍ତି | ଫିଲ୍ମ ଆନନ୍ଦ ପାଇଁ ଋଷିକେଶ ମୁଖାର୍ଜୀ ତାଙ୍କୁ ମଉକା ଦେଇଥିଲେ | ଆନନ୍ଦ ଫିଲ୍ମର ଗୀତ 'ଜିନ୍ଦାଗି କୈସୀ ୟେ ପହେଲୀ ହାଏ' ୟୋଗେସ ଲେଖିଥିଲେ | ୭୦ ଦଶକର ଅନେକ ସୁପରହିଟ ଫିଲ୍ମରେ ୟୋଗେସ ଗାଈର ଗୀତ ଲେଖିଥିଲେ |
ତାଙ୍କ ନିଧନରେ ବଲିଉଡର ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର ଟ୍ୱିଟ କରି ସମବେଦନା ଜଣାଇଛନ୍ତି |