'ଅମର ଆକବର ଆନ୍ଥୋନୀ'ର ଏକ କମେଡି ସିନ୍ ସେୟାର କଲେ ଅମିତାଭ : ବଖାଣିଲେ କିଛି ମଜାଦାର ଅନୁଭୂତି

Published By : Prameya-News7 Bureau | May 05, 2020 IST

ମୁମ୍ବାଇ ୦୫/୦୫ : ମହାନାୟକ ବିଗ ବି ଅମିତାଭ ବଚ୍ଚନ ଋଷି କପୁରଙ୍କ ନିଧନ ପରେ ଅତ୍ୟନ୍ତ ଦୁଃଖରେ ଅଛନ୍ତି | ଋଷିଙ୍କ ସହିତ ଅଭିନୀତ ଫିଲ୍ମ ଏବଂ ଅନେକ ମୁହୂର୍ତ୍ତକୁ ମନେପକାଇ ଶୋକ ପ୍ରକାଶ କରୁଛନ୍ତି | ଏପ୍ରିଲ ୩୦ ତାରିଖରେ ସର୍ବ ପ୍ରଥମେ ଅମିତାଭ ହିଁ ଟ୍ୱିଟ କରି ଋଷିଙ୍କ ମୃତ୍ୟୁ ଖବର ଦେଇଥିଲେ | ଋଷିଙ୍କ ନିଧନ ଯୋଗୁଁ ଅମିତାଭଙ୍କୁ ବହୁତ ବଡ ଝଟକା ଲାଗିଛି | ନିକଟରେ ସେ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି | ଋଷି କପୁରଙ୍କ ସହ ଅମିତାଭ ଅଭିନୟ କରିଥିବା ଅମର ଆକବର ଏନ୍ଥନୀ ଫିଲ୍ମର ଏକ କମେଡି ସିନ ସେୟାର କରିଛନ୍ତି ଅମିତାଭ | ଭିଡିଓ ଦେଖି ଲୋକଙ୍କ ଆଖିରେ ଲୁହ ଓ ଓଠରେ ହସ ଫୁଟି ଯାଇଛି |

{"id":265105,"width":575,"height":416,"sizeSlug":"large"}

ଫିଲ୍ମଟି ୧୯୭୭ ମସିହାରେ ରିଲିଜ ହୋଇଥିଲା | ଫିଲ୍ମ ସେତେବେଳେ ବ୍ଲକବଷ୍ଟର ହୋଇଥିଲା | ଅମିତାଭ ଏହି ଫିଲ୍ମର ଏକ ହାସ୍ୟସ୍ପଦ ସିନ ସେୟାର କରିଛନ୍ତି | ଭିଡିଓ ସେୟାର କରି ଅମିତାଭ ଲେଖିଛନ୍ତି, 'ୱାନ ଗୋଗଙ୍କ ଅନ୍ତିମ ଶବ୍ଦ ଥିଲା, ଏହି ଉଦାସୀନତା ସବୁବେଳେ ସାଙ୍ଗରେ ରହିବ | ଦୁଃଖ ଆମକୁ କେବେ ମଧ୍ୟ ଛାଡିବ ନାହିଁ | କିନ୍ତୁ ଦୁଃଖକୁ ଭୁଲି ଆମକୁ ଆଗକୁ ବଢିବାକୁ ହେବ | ହସକୁ ପୁଣି ଫେରାଇ ଆଣିବାକୁ ହେବ |'

{"id":265106,"sizeSlug":"large"}

ଆଗକୁ ଅମିତାଭ ଲେଖିଛନ୍ତି ଆରକେ ସ୍ଟୁଡ଼ିଓରେ ଅମର ଆକବର ଏନ୍ଥନୀ ସୁଟିଙ୍ଗ ହୋଇଥିଲା | ଫିଲ୍ମ ନିର୍ଦେଶନା ମନମୋହନ ଦେଶାଇ କରିଥିଲେ | ଆରକେ ସ୍ଟୁଡ଼ିଓରେ ସେ ଦୁଇଟି ଫିଲ୍ମ ସୁଟିଙ୍ଗ କରିଥିଲେ | ଅନ୍ୟଟି ହେଲା ପରବରିଶ | ଏହି ଫିଲ୍ମରେ ବିନୋଦ ଖାନ୍ନା ଓ ଅମଜଦ ଖାନଙ୍କ ସହ ଏକ ଏକ୍ସନ ସିନ ସୁଟିଙ୍ଗ କରାଯାଇଥିଲା | ଏକ ଦର୍ପଣ ସମ୍ମୁଖରେ ଛିଡା ହୋଇ ଏକ ସିନ ଅଭ୍ୟାସ କରିବାକୁ ମନମୋହନ ଦେଶାଇ ଅମିତାଭ ବଚ୍ଚନଙ୍କୁ କହିଥିଲେ | ସିନ ଟି ଆରକେ ସ୍ଟୁଡ଼ିଓର ତୃତୀୟ ମହଲାରେ ସୁଟିଙ୍ଗ ହେବାର ଥିଲା | ନିର୍ଦେଶକ କୌଣସି କାମରେ ଉପର ମହଲାକୁ ଯାଇଥିବା ସମୟରେ ଅମିତାଭ ଆସିଷ୍ଟାଣ୍ଟ ସହ ମିଶି ପୁରା ସିନ ସୁଟିଙ୍ଗ କରି ଦେଇଥିଲେ | ନିର୍ଦେଶକ ତଳକୁ ଆସି ଶୁଣିଲେ ସିନ ସୁଟିଙ୍ଗ ହୋଇଯାଇଛି | ଏହା ଶୁଣି ସେ ଚମକି ପଡିଲେ | ସେ ଅମିତାଭଙ୍କୁ ଏବଂ ନିଜ ଆସିଷ୍ଟାଣ୍ଡକୁ ପଚାରିଥିଲେ ସିନ ଠିକ ଭାବେ ହୋଇଛି ତ ? ପାଖାପାଖି ମାସେ ପରେ ସେ ଏହି ସିନକୁ ଦେଖିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.