ମାୟାନଗରୀରେ ଲେଡି ଡନ୍ : 'କିସ୍‌କୀ ଥି, କିସ୍‌କୀ ହେ...'

Published By : Prameya-News7 Bureau | January 05, 2021 IST

ମୁମ୍ବାଇ ୦୫/୦୧ : ସିନେମା ଜଗତରେ ଲେଡି ଡନ୍। ଅପରାଧିଙ୍କ ଦୁନିଆରେ ସାଜିଛନ୍ତି ମଲ୍ଲୀକା। ମାୟାନଗରୀ ମୁମ୍ବାଇରେ ଏମିତି ଲେଡି ଡନ୍ ଚରିତ୍ର ନିଭାଇଛନ୍ତି ଅନେକ ନାୟିକା। ପରଦାରେ ଦର୍ଶକ ଦେଖିଛନ୍ତି ତାଙ୍କ ଆତଙ୍କ। ହପ୍ତା ଆଦାୟ , ଲୁଟ୍ ତରାଜ୍, ଅପହରଣ, ହତ୍ୟା ମାମଲାରେ ଛନ୍ଦି ହୋଇଛନ୍ତି ସେମାନେ। ଆଇନ୍-କାନୁନକୁ ହାଇଜ୍ୟାକ୍ କରି  ତିଆରି କରିଛନ୍ତି  ନିଜ ଦୁନିଆ।

ଗବ୍ବର ଚରିତ୍ରରୁ ଚଳଚ୍ଚିତ୍ର ‘ପାନ୍ ସିଂ ତୋମାର’ ଚରିତ୍ର। ଚଳଚ୍ଚିତ୍ର ମାୟା ନଗରୀରେ କେବଳ ପୁରୁଷ ଗ୍ୟାଙ୍ଗଷ୍ଟାର୍ ଆତଙ୍କ ଖେଳାଇ ନାହାଁନ୍ତି। ଲେଡି ଡନ୍ ବି’ ଦେଖାଇଛନ୍ତି କମାଲ୍। ପ୍ରତିଶୋଧ ନେଇଛନ୍ତି ସ୍ବାମୀ  ହତ୍ୟାର। ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପାଇଁ ଲଢିଛନ୍ତି।  ବନ୍ଧୁକରେ ଜିତିଛନ୍ତି ବାଜି। ଏ ଲେଡି ଡନଙ୍କ  ଲାଲ୍ ଫାଇଲ୍ ଦର୍ଶକ ଦେଖିଛନ୍ତି, ମାଧୁରୀ ଦିକ୍ଷୀତଙ୍କ ‘ଗୁଲାବ୍ ଗ୍ୟାଙ୍ଗ୍’ରେ ।

{"id":387332,"sizeSlug":"large","linkDestination":"none"}

୨୦୧୪ ରେ ରିଲିଜ୍ ହୋଇଥିଲା  ଫିଲ୍ମ ‘ଗୁଲାବ୍ ଗ୍ୟାଙ୍ଗ୍’। ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପାଇଁ  ଏଥିରେ ଲଢୁଥିଲା ରଜ୍ଜୋ। ମଧ୍ୟପ୍ରଦେଶ, ବୁନ୍ଦେଲଣ୍ଡ୍ ଉତ୍ତରର ଚିତ୍ର ଓ ଚରିତ୍ର। ଗୋଲାପୀ ଶାଢୀରେ ସକ୍ରିୟ ଥିବା ସ୍ବେଛାସେବୀଙ୍କୁ ନେଇ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର। ସୌମିକ୍ ସେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଗୁଲାବ୍ ଗ୍ୟାଙ୍ଗ୍’ରେ ମହିଳାଙ୍କୁ ଏକତ୍ର କରି ଲଢିଥିଲା ରଜ୍ଜୋ। ଗଢିଥିଲେ ଗୁଲାବୀ  ଗ୍ୟାଙ୍ଗ୍। ଲୋଫରଙ୍କୁ ଦେଖାଇଲେ ତାକତ୍। ରାଜନୀତିର ରଂଗ ମଧ୍ୟ ଦେଖିବାକୁ ମିଳିଥିଲା ଚଳଚ୍ଚିତ୍ରରେ । ସୁମିତ୍ରା ଦେବୀ ଚରିତ୍ରରେ ଜୁହି ଚାୱଲା ଖେଳିଥିଲେ ଖଳନାୟିକାର ଚାଲ୍। ଚଳଚ୍ଚିତ୍ରକୁ  ବ୍ୟବସାୟିକ ସଫଳତା ମିଳିନଥିଲା। ମାୟାନଗରୀରେ କିନ୍ତୁ ଲେଡି ଡନ୍ ଭାବେ ବଢିଥିଲା ମାଧୁରୀଙ୍କ  ପ୍ରଭାବ।  

{"id":387331,"sizeSlug":"large","linkDestination":"none"}

ମାୟାନଗରୀରେ ଆଉ ଜଣେ ଲେଡି ଡନ୍ ସୁପ୍ରିୟା ପାଠକ୍ । ସୁପ୍ରିୟା ତାଙ୍କ ଦମ୍ ଦେଖାଇ ଥିଲେ ‘ଗଲିଓଁ କି ରାସଲୀଲା ରାମ-ଲୀଲାରେ । ଫୁକରେ’ର ସେକ୍ସ ର୍ୟାକେଟ୍ କ୍ବିନ୍ ରିଚା ଚଢା।  ଚଳଚ୍ଚିତ୍ରରେ ସେ ନିଭାଇ ଥିଲେ ଭୋଲି ପଂଜାବନ୍ ଚରିତ୍ର।  ଅର୍ଥ ପାଇଁ କିଛି ବି’ କରିପାରୁ ଥିଲେ ରିଚା।  ଏ ଫିଲ୍ମ ଥିଲେ ଏକ କମେଡି ଡ୍ରାମା ।‘ଫୁକରେ’ ରିଟର୍ଣ୍ଣସରେ ବି’ ଦେଖିବାକୁ ମିଳିଥିଲା ଏ ଭୋଲି ପଂଜାବନର ମାୟା  ମଧୁ ଶାଲିନୀ। ଫିଲ୍ମ ଜଗତର ସ୍ବପ୍ନର ରାଣୀ। ଦକ୍ଷିଣ ଭାରତ ସିନେମା ଜଗତରୁ ମୁମ୍ବାଇ ମାୟା ନଗରୀକୁ ଆସିଥିଲେ ମଧୁ। ଚଳଚ୍ଚିତ୍ର ‘ଡିପାର୍ଟମେଣ୍ଟ୍’ରେ ସାଜିଥିଲେ ନସୀରା। ‘ଡିପାର୍ଟମେଣ୍ଟ୍’ ଥିଲା ରାମ ଗୋପାଳ ବର୍ମାଙ୍କ ଆକ୍ସନ ଡ୍ରାମା । ଗ୍ୟାଙ୍ଗଷ୍ଟାର ରୁ ରାଜନେତା ପାଲଟି ଥିବା ଚରିତ୍ରରେ ଦେଖିବାକୁ ମିଳିଥିଲା ଅମିତାଭ ବଚ୍ଚନଙ୍କୁ । ସଂଜୟ ଦତ୍ତ ଓ ରାଣା ଡଗ୍ଗୁବତୀ ନିଭାଇ ଥିଲେ ପୋଲିସ୍ ଅଫିସର ଭୂମିକା । ଏ ଆକ୍ସନ ଡ୍ରାମାରେ ମଧୁ ଦେଖାଇ ଥିଲେ ତାଙ୍କ ମାୟା।

{"id":387329,"sizeSlug":"large","linkDestination":"none"}

ବୋଲ୍ଡ ଏଣ୍ଡ୍ ବିୟୁଟି ଇସା କୋପିକର। ମାୟା ନଗରୀର ଖଲ୍ଲାସ୍ ଗାର୍ଲ  ଭାବେ ଚର୍ଚ୍ଚିତ। ୨୦୧୧ ରେ ଆସିଲା ଇସାଙ୍କ ଚଳଚ୍ଚିତ୍ର ‘ସବରି’। ଜଣେ ଗାଉଁଲୀ ଝିଅ କିଭଳି ଅପରାଧ ଦୁନିଆର ରାଣୀ ସାଜୁଛି ତାହା ଏଥିରେ ପ୍ରଦର୍ଶିତ ହୋଇଥିଲା। ଚଳଚ୍ଚିତ୍ରଟି ଥିଲା ଇସାଙ୍କ କ୍ୟାରୀୟର ପାଇଁ  ଟର୍ଣ୍ଣିଂ ପଏଣ୍ଟ। ପ୍ରତିଶୋଧ ପାଇଁ ହାତରେ ବନ୍ଧୁକ ଉଠେଇଛନ୍ତି କିଛି ମହିଳା । ସିଧାସାଧା ସରଳ ଜୀବନରୁ ପାଲଟି ଯାଇଛନ୍ତି ଖୁନୀ ଆସାମୀ । ପ୍ରତିମା କାଜମୀ ଓ ନନ୍ଦିତା ଦାସ। ୨୦୦୩ ରେ ଚଳଚ୍ଚିତ୍ର ଦୁନିଆରେ ହଙ୍ଗାମା ମଚାଇ ଥିଲେ। ‘ୱେସା ଭି ହୋତା ହୈ’ର ପାର୍ଟ-ଟୁରେ ପ୍ରତିମାଙ୍କୁ ଦେଖିବାକୁ ମିଳିଥିଲା। ପ୍ରତିମା ନିଭାଇ ଥିଲେ ଲେଡି ଡନ୍ ‘ଗଙ୍ଗୁ ତାଇ’ ଭୂମିକା। ଚଳଚ୍ଚିତ୍ର ‘ସୁପାରି’ରେ ସୁପାରି ନେଇଥିଲେ ନନ୍ଦିତା ଦାସ। ଏ ଚଳଚ୍ଚିତ୍ରରେ ନନ୍ଦିତାଙ୍କ ସହିତ ସ୍କ୍ରିନ୍ ସେୟାର କରିଥିଲେ ଉଦୟ ଚୋପ୍ରା ,ରାହୁଲ୍ ଦେବ ଓ ଇର୍ଫାନ୍ ଖାନ୍। ଅଭିନୟ ପାଇଁ  ଗଡ୍ ମଦର  ସବାନା ଆଜମୀ। ସ୍ବାମୀ ହତ୍ୟାର ପ୍ରତିଶୋଧ ପାଇଁ ସବାନା ବନ୍ଧୁକ ଉଠାଇ ଥିଲେ।  ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଥିଲେ ମିଲନ୍ଦ ଗୁନାଜୀ ଓ ନିର୍ମଲ ପାଣ୍ଡେଙ୍କ ପରି ଷ୍ଟାର୍।

{"id":387330,"sizeSlug":"large","linkDestination":"none"}

ରୁପେଲୀ ପରଦାର ମୁନ୍ନୀ ଗ୍ୟାଙ୍ଗଷ୍ଟାର , ନେହା ଧୂପିଆ। ଚଳଚ୍ଚିତ୍ର ‘ଫସ୍ ଗେୟା ଓବାମାରେ’ ନେହା ସାଜିଥିଲେ ଲେଡି ଗ୍ୟାଙ୍ଗଷ୍ଟାର। ଫିଲ୍ମରେ ଭରପୁର୍ କମେଡି ଥିଲା। ନେହା ମଚାଇ ଥିଲେ ହଂଗାମା।

{"id":387328,"width":560,"height":697,"sizeSlug":"large","linkDestination":"none"}

ଫୁଲନ ଦେବୀଙ୍କୁ ନେଇ ଏକ  ବାୟୋଗ୍ରାଫିକାଲ୍  ଜର୍ଣ୍ଣି - ‘ବଣ୍ଡିଟ୍ କ୍ବିନ୍’। ଫୁଲନ ଦେବୀଙ୍କ ଚରିତ୍ର ନିଭାଇ ଥିଲେ ସୀମା ବିଶ୍ବାସ। ବାସ୍ତବ ଜୀବନରେ ଫୁଲନ୍ ଦେବୀଙ୍କୁ କିଏ ଦେବୀର ଦର୍ଜା ଦେଇଛି।  କିଏ କହିଛି; ହତ୍ୟାକାରୀ, ଅପରାଧିନୀ  ଫୁଲନ ଦେବୀ କିନ୍ତୁ ନିଜ ଇଛାରେ ସଫଳ ହୋଇଥିଲେ।

ଚଳଚ୍ଚିତ୍ର ‘ବଣ୍ଡିଟ୍ କ୍ବିନ’ରେ ଦେଖିବାକୁ ମିଳିଥିଲା ଅନେକ କଥା। ୟୁପିର ଗାଉଁଳି ଝିଅଟିଏ କାହିଁକି ଓ କିପରି  ପାଲଟି ଯାଇଥିଲା  ଚମ୍ବଲର ରାଣୀ । ୨୦୧୭ ରେ ଶ୍ରଦ୍ଧା କପୁର ନିଭାଇ ଥଲେ ହସୀନା ପାରକର୍ ଭୂମିକା ।

{"id":387324,"sizeSlug":"large","linkDestination":"none"}

ହସୀନାଙ୍କ  ମୁମ୍ବାଇ ରାଜର କାହାଣୀ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର ‘ହସୀନା ପାରକର୍’ରେ। ପୁଲିସ୍ କନେଷ୍ଟବଳ ଇବ୍ରାହିମ୍ କସକରଙ୍କ  ଝିଅ ଥିଲା ହସୀନା। ଗ୍ୟାଙ୍ଗଷ୍ଟାର୍ ଦାଉଦ ଇବ୍ରାହିମର ଭଉଣୀ। ୧୯୯୧  ମୁମ୍ବାଇ ଗ୍ୟାଙ୍ଗୱାରରେ ହତ୍ୟାର ଶିକାର ହୋଇଥିଲା ହସୀନାଙ୍କ ସ୍ବାମୀ। ସ୍ବାମୀ ହତ୍ୟାର ପ୍ରତିଶୋଧ ପାଇଁ ସେ ସମ୍ଭାଳି ଥିଲା ଦାଉଦର ଗ୍ୟାଙ୍ଗ୍। ଆଉ ମୁମ୍ବାଇରେ କରୁଥିଲା ରାଜ୍।

{"id":387327,"sizeSlug":"large","linkDestination":"none"}

ଦକ୍ଷିଣ ଭାରତ ଚଳଚ୍ଚିତ୍ର  ଜଗତରେ ଅନେକ ଲେଡି ଡନଙ୍କୁ ଦର୍ଶକ ଦେଖିଛନ୍ତି। ହିନ୍ଦୀରେ ଡବିଂ ହେଲା ପରେ ସାରା ଦୁନିଆ ଜାଣିଲା ସେମାନଙ୍କ ଲାଲ୍ କାର୍ନାମା। ଏମିତି ଚରିତ୍ର ନିଭାଇ ଚର୍ଚ୍ଚାରେ ଥିଲେ ଶିଳ୍ପା ଶେଟ୍ଟୀ। କନ୍ନଡ ଡ୍ରାମା ‘ଅଟୋ ଶଙ୍କର’ରେ ଶିଳ୍ପା ସାଜିଥିଲେ ବିଗ୍ ଡନ୍। ଅଭିନେତା ଉପେନ୍ଦ୍ରଙ୍କ ସହିତ ଚମତ୍କାର ଅଭିନୟ କରିଥିଲେ ଶିଳ୍ପା। ହିନ୍ଦୀରେ ଡବିଂ ହୋଇ ‘ଶିଳ୍ପା - ଦି ବିଗ୍ ଡନ୍’ ନାମରେ ରିଲିଜ ହୋଇଥିଲା  ଚଳଚ୍ଚିତ୍ର। ଏହା ପରେ ସାରା ଦୁନିଆ ଜାଣିଲା, ସାଉଥ ସିନେମା ଜଗତରେ ମାୟା ଭୂମିକା ନିଭାଇ ଥିବା ଶିଳ୍ପାଙ୍କ ମାୟା।

{"id":387333,"sizeSlug":"large","linkDestination":"none"}

ତେଲଗୁ ଆକ୍ସନ କମେଡି ‘ଜେମସ୍ ବଣ୍ଡି’ର ଲେଡି ଡନ୍ ଥିଲେ ସାକ୍ଷୀ ଚୌଧୁରୀ। ‘ଲେଡି ଗ୍ୟାଙ୍ଗଷ୍ଟାର୍’ ଭାବେ ହିନ୍ଦୀରେ ଡବିଂ ହୋଇ ଚଳଚ୍ଚିତ୍ର ମୁକ୍ତିଲାଭ କଲା। ଆକ୍ସନ ସହିତ ଫିଲ୍ମରେ ଥିଲା ଭରପୁର୍ କମେଡି। ଚଳଚ୍ଚିତ୍ରର ନାୟକ, ଅଲ୍ଲାରି ନରେଶଙ୍କୁ ନାକେଦମ୍ କରିଥିଲେ ବୁଲେଟ୍ ରାଣୀ ସାକ୍ଷୀ ।ଲେଡି ଡନଙ୍କ ଜୀବନର ଲାଲ୍ ଫାଇଲ୍ ଭିତରେ ଦର୍ଶକ ଦେଖିଛନ୍ତି,ଲୋମ ହର୍ଷକ କାହାଣୀ। କାମୁକ ଆଉ ଅପରାଧୀଙ୍କ  କଳା କାର୍ନାମା। ନିର୍ଯ୍ୟାତନାର ଶିକାର ହୋଇଥିବା ସରଳ ଝିଅଟିଏ ହାତରେ ବନ୍ଧୁକ ଉଠାଇ ଥିଲା ।ସାଜିଥିଲା ଲେଡି ଡନ୍।

ଉପସ୍ଥାପନା-ସୁବ୍ରତ ଜେନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.