Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କିଙ୍ଗ ଖାନ୍‌ଙ୍କ ସାଇଲେନ୍ସ…ସୋସିଆଲ ମିଡିଆରେ ରିଆକ୍ଟ କଲେ ପ୍ରଶଂସକ, ଜଣେ ଲେଖିଛନ୍ତି କରିଦେବେ ଆତ୍ମହତ୍ୟା!

31/12/2019 at 1:12 PM

ମୁମ୍ବାଇ୩୧|୧୨: ଅଭିନେତା ଶାହରୁଖ ଖାନ ଆଜିକାଲି ସୋସିଆଲ ମିଡିଆର ଷ୍ଟାର ହୋଇଛନ୍ତି। ଏବେ ତାଙ୍କ ପ୍ରତ୍ୟେକ ଭିଡିଓ ଓ ଫଟୋ ସମସ୍ତ ଦର୍ଶକଙ୍କୁ ଆକର୍ଷିତ କରୁଛି। କାରଣ କିଛି ଦିନ ହେବ ବଡ଼ ପରାଦାରୁ ଦୂରେଇ ଅଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ। ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଶାହରୁଖଙ୍କୁ ଦେଖିବାକୁ ମିଳିଥିଲା। ଏହା ପରେ ଶାହରୁଖଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ।  

ତେବେ ଏତେ ଯାଏଁ ଶାହରୁଖ ଖାନଙ୍କର କୌଣସି ନୂଆ ପ୍ରୋଜେକ୍ଟ ସାମ୍ନାକୁ ଆସିନାହିଁ। ଅନେକ ଦିନରୁ ଦର୍ଶକ କିଙ୍ଗ ଖାନଙ୍କୁ ବଡ଼ ପରାଦାରେ  ଦେଖିନାହାନ୍ତି। ତେଣୁ ତାଙ୍କୁ ଦେଖିବା ପାଇଁ ଅପେକ୍ଷାରେ ଥିବା ପ୍ରଶଂସକଙ୍କର ଏବେ ଧର୍ଯ୍ୟଶକ୍ତି ଭାଙ୍ଗିଯାଇଛି। ସୋସିଆଲ ମିଡିଆରେ ଏନେଇ ହଇଚଇ ସୃଷ୍ଟି ହୋଇଗଲାଣି।

ଆସନ୍ତା ବର୍ଷରେ ନିଜର କୌଣସି ଫିଲ୍ମ ବିଷୟରେ ଶାହରୁଖ କିଛି ଘୋଷଣା କରିନାହାନ୍ତି। ଏନେଇ ଅନେକ ଫ୍ୟାନ୍ସ ରିଆକ୍ଟ କରି ଟୁଇଟ୍‌ କରିଛନ୍ତି। ଜଣେ ପ୍ରଶଂସକ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ନିକଟରେ ଶାହରୁଖ କିଛି ଫିଲ୍ମ ସାଇନ୍‌ କରିଥିବା ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ ଏଯାଏଁ ଏହି ବିଷୟରେ କୌଣସି ଘୋଷଣା କରାଯାଇନାହିଁ।

ଗତ ନଭେମ୍ବର ୨ତାରିଖରେ ଶାହରୁଖଙ୍କ ନିଜ ଜନ୍ମଦିନ ପାଳିଥିଲେ। ଏହି ଅବସରରେ ସେ ନୂଆ ପ୍ରୋଜେକ୍ଟ ନେଇ ଘୋଷଣା କରିବେ ବୋଲି ପ୍ରଂଶସକ ଆଶା କରିଥିଲେ। ହେଲେ ଏଭଳି କିଛି ହୋଇ ନଥିଲା।

ଏହାକୁ ନେଇ ଅପେକ୍ଷା କରିଥିବା ପ୍ରଶଂସକମାଙ୍କର କିଛି ଟୁଇଟ ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି। ହାସଟ୍ୟାଗ କରି ଖୁବ୍‌ଶୀଘ୍ର ନିଜ ଫିଲ୍ମକୁ ନେଇ ଘୋଷଣା କରନ୍ତୁ ବୋଲି କିଛି ଶାହାରୁଖଙ୍କୁ ଡିମାଣ୍ଡ କରାଯାଇଛି।

   Related Posts