ଫିଲ୍ମ ଦୁନିଆରୁ ଗାୟବ ହୋଇ ସନ୍ୟାସିନୀ ହୋଇଥିଲେ ଏହି ହଟ୍ ଅଭିନେତ୍ରୀ, ୧୨ ବର୍ଷ ହେଲା କୌଣସି ପୁରୁଷଙ୍କ ସହ ନାହିଁ ସମ୍ପର୍କ

Published By : Prameya-News7 Bureau | April 20, 2019 IST

wp:heading {"level":5}
ମୁମ୍ୱାଇ୨୦|୪: ବଲିଉଡର ଅନେକ ଅଭିନେତ୍ରୀ ଏବେ ଇଣ୍ଡଷ୍ଟ୍ରିରୁ ଦୂରାଇଯାଇଛନ୍ତି, କୌଣସି ଫିଲ୍ମରେ ଦେଖିବାକୁ ମିଳୁନାହାନ୍ତି। ଏଥି ମଧ୍ୟରୁ କିଛି ଜଣ ବିବାହ କରିଛନ୍ତି ତ କିଛି ସନ୍ୟାସ ନେଇଛନ୍ତି। ତେବେ ସନ୍ୟାସ ନେବା ମଧ୍ୟରୁ ଜଣେ ହେଲେ ମମତା କୁଲକର୍ଣ୍ଣି। ପ୍ରଥମେ ମମତାଙ୍କ ଜଲୱା ଦେଖି ଅନେକ ଦର୍ଶକ ତାଙ୍କର ପ୍ରଶଂସା କରିଥିଲେ। କିନ୍ତୁ ବହୁ ଶୀଘ୍ର ସେ ଫ୍ଲପ ମଧ୍ୟ ହୋଇଥିଲେ । ଏମିତି ଅନେକ କଳାକାର ଅଛନ୍ତି ଯିଏ ଗୋଟେ ସମୟରେ ବହୁତ ଫେମସ ଥିଲେ କିନ୍ତୁ ଏବେ ଏହି କଳାକାରଙ୍କୁ ଦର୍ଶକ ମନେ ପକାନ୍ତି ନାହିଁ।
/wp:heading {"id":105374}
wp:heading {"level":5}
୯୦ଦଶକରେ ମମତା କୁଲକର୍ଣ୍ଣି ବଲିଉଡର ହିଟ୍‌ ଅଭିନେତ୍ରୀ ଥିଲେ। ନିଜ କ୍ୟାରିଅରେ ଭଲ ଫିଲ୍ମ କରିବା ସହ ସେ ଅନେକ ବିବାଦର ମଧ୍ୟ ଶିକାର ହୋଇଛନ୍ତି। ଫିଲ୍ମରେ କାମ କରୁଥିବା ସମୟରେ ହଠାତ୍ ଗାୟବ ହୋଇଥିଲେ ମମତା। ଏହା ପରେ ତାଙ୍କ ବିଷୟରେ ଭିନ୍ନ ଭିନ୍ନ କାହାଣୀ ଶୁଣିବାକୁ ମିଳିଥିଲା।
/wp:heading {"id":105375}

ମମତା ଜଣେ ଅଣ୍ଡରୱାଲର୍ଡ ଡନଙ୍କ ସହ ରିଲେସନଶିପରେ ଥିଲେ ବୋଲି କୁହାଯାଇଥିଲା। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, ମମତା ଇସଲାମ ଧର୍ମ ଗ୍ରହଣ କରି ନିଜ ସ୍ୱାମୀଙ୍କ ସହ ନୈରୋବିରେ ରହୁଛନ୍ତି।

{"id":105376,"width":580,"height":503}
wp:heading {"level":5}
ସୂଚନାଯୋଗ୍ୟ ଯେ, ମମତା ଏବେ ସନ୍ୟାସିନୀ ହୋଇଯାଇଛନ୍ତି ଓ ପାଖାପାଖି ଦୀର୍ଘ ୧୨ ବର୍ଷରୁ ସେ ନିଜ ଚେହେରା ଆଇନାରେ ଦେଖିନାହାନ୍ତି। ।ଏକ ସାକ୍ଷାତକାରରେ ମମତା କହିଥିଲେ ଯେ, ୧୨ ବର୍ଷରୁ ସେ କୌଣସି ପୁରୁଷ ସହ ମଧ୍ୟ ସଂପର୍କ ରଖିନାହାନ୍ତି। ଏବେ ଏହି ଅଭିନେତ୍ରୀ କେଁଉଠି ଅଛନ୍ତି ତାହା କାହାକୁ ଜଣା ନାହିଁ। ଆଜି ହେଉଛି ମମତାଙ୍କ ଜନ୍ମଦିନ ।  
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.