Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ହାପି ବାର୍ଥଡେ ସୁଭାଷ ଘାଇ : ନିଜେ ହୋଇ ପାରିନଥିଲେ ଜଣେ ଭଲ ଅଭିନେତା, ୬ ଜଣଙ୍କୁ କରିଛନ୍ତି ସୁପରଷ୍ଟାର୍

24/01/2021 at 3:30 PM

ମୁମ୍ବାଇ ୨୪/୦୧ : ହିନ୍ଦୀ ସିନେମା ଜଗତରେ ‘ସୋ ମ୍ୟାନ୍‌’ ନାମରେ ବେଶ ପରିଚିତ ନିର୍ଦେଶକ ସୁଭାଷ ଘାଇ ଆଜି ତାଙ୍କର ୭୭ତମ ଜନ୍ମ ଦିବସ ପାଳନ କରୁଛନ୍ତି । ତାଙ୍କର ଜନ୍ମ ୨୪ ଜାନୁଆରୀ ୧୯୪୫ ମସିହାରେ ନାଗପୁର ରେ ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ନିର୍ଦେଶନା ପାଇଁ ‘ସୋ ମ୍ୟାନ୍‌’ କୁହାଯାଉଥିବା ସୁଭାଷ ଘାଇ ଜଣେ ଅଭିନେତା ହେବାକୁ ଚାହୁଁଥିଲେ । ସୁଭାଷ ନିଜେ ଅଭିନେତା ହୋଇ ପାରିନଥିଲେ କିନ୍ତୁ ୬ଜଣ କଳାକାରଙ୍କୁ ସୁପରଷ୍ଟାର କରିବାରେ ତାଙ୍କର ଭୁମିକା ଅତୁଳନୀୟ । ସେ ଯେଉଁ ୬ ଜଣ କଳାକାରଙ୍କୁ ସୁପରଷ୍ଟାର କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି – ଶତ୍ରୁଘ୍ନ ସିନ୍ହା, ଋଷି କପୁର, ଜ୍ୟାକି ସ୍ରର୍ଫ, ଅନୀଲ କପୁର , ଐଶ୍ଵର୍ଯ୍ୟା ରାୟ, ଏବଂ ସଞ୍ଜୟ ଦତ୍ତଙ୍କ ଭଳି ଆଗ ଧାଡିର କଳାକାର । ନିଜର ଫିଲ୍ମ ରେ କାମ ଦେଇ ଏମାନଙ୍କୁ ସୁପରଷ୍ଟାର କରାଇଛନ୍ତି ସୁଭାଷ ଘାଇ ।

୧୯୬୭ ମସିହାରେ ଫିଲ୍ମ ‘ତକଦୀର’ ରେ ସହାୟକ ଅଭିନେତା ଭାବେ ବଲିଉଡ୍ ରେ କ୍ୟାରିୟର ଆରମ୍ଭ କରିଥିଲେ ସୁଭାଷ ଘାଇ । ଏହାପରେ ୧୯୬୯ ମସିହାରେ ରାଜେଶ ଖାନ୍ନା ଏବଂ ଉର୍ମିଳା ଟାଗୋରଙ୍କର ଫିଲ୍ମ ‘ଆରାଧନା’ରେ ନଜର ଆସିଥିଲେ । ୧୯୭୬ ମସିହାରେ ଫିଲ୍ମ ‘ଉମଙ୍ଗ’ ଏବଂ ‘ଗୁମରାହା’ ରେ ସୁଭାଷ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସବୁ ଫିଲ୍ମ କରିସାରିବା ପରେ ସୁଭାଷ ବୁଝି ଯାଇଥିଲେ ତାଙ୍କ ପାଇଁ ଫିଲ୍ମ ରେ ଅଭିନୟ କରିବା ଅତ୍ୟନ୍ତ କଷ୍ଟ ଦାୟକ ।

Subhash Ghai Can not see Dilip Kumar sahab like this

ଏହାପରେ ସେ ନିର୍ଦେଶନା କ୍ଷେତ୍ରରେ ପାଦ ରଖିବାକୁ ନିଷ୍ପତି ନେଇଥିଲେ । ନିର୍ଦେଶକ ଭାବରେ ସୁଭାଷ ୧୯୭୬ ମସିହାରେ ରେ ଫିଲ୍ମ ‘କାଳିଚରଣ’ ରେ ନିର୍ଦେଶନା ଦେଇଥିଲେ । ଏଥିରେ ଶତ୍ରୁଘ୍ନ ସିନ୍ହା ଏବଂ ରୀନା ରାୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସ୍ ରେ ସୁପର ହିଟ୍ ହୋଇଥିଲା । ଏହାପରେ ସୁଭାଷ ବଲିଉଡରେ ନିର୍ଦେଶକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।  ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଯେଉଁଥିରେ ବିଶ୍ୱନାଥ, କର୍ମା, ରାମ ଲଖନ, ସୌଦାଗର, ଖଳନାୟକ , ଗୌତମ ଗୋବିନ୍ଦା, କର୍ଜ , ହିରୋ , ମେରୀ ଜଙ୍ଗ, ପରଦେଶ ଆଦି ଅନ୍ତର୍ଭୁକ୍ତ । ନିର୍ଦେଶକ ଭାବରେ ଆତ୍ମବିଶ୍ୱାସ ହାସଲ କରିବା ପରେ ସୁଭାଷ ‘ମୁକ୍ତା ଆର୍ଟ୍ସ ‘ ନାମରେ ନିଜର ପ୍ରଡକ୍ସନ୍ କମ୍ପାନୀ ନିର୍ମାଣ କରିଥିଲେ ।

   Related Posts