ନିର୍ଦ୍ଦେଶକ ହଂସଲ ମେହେଟ୍ଟାଙ୍କ ବାପାଙ୍କ ଦେହାନ୍ତ: ସୋସିଆଲ୍ ମିଡିଆରେ ଦେଲେ ସୂଚନା

Published By : Prameya-News7 Bureau | June 02, 2021 IST

ମୁମ୍ବାଇ ୦୨/06: ଫିଲ୍ମ ନିର୍ଦ୍ଦେଶକ ହଂସଲ ମେହେଟ୍ଟାଙ୍କ ବାପା ଦୀପକ ସୁବୋଧ ମେହେଟ୍ଟାଙ୍କ ଦେହାନ୍ତ ହୋଇଛି। ଫିଲ୍ମ ନିର୍ଦ୍ଦେଶକ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ବାପାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ତେବେ ହଂସଲ ମେହେଟ୍ଟା ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି। ସେ ଟ୍ୱିଟରରେ ତାଙ୍କ ବାପାଙ୍କ ସହ ଏକ ଫଟୋ ସେୟାର କରି ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି ଏବଂ ଯେଉଁଥିରେ ସେ ତାଙ୍କ ବାପାଙ୍କୁ ବିଦାୟ ଦେଇଛନ୍ତି। ନିର୍ଦ୍ଦେଶକ ତାଙ୍କ ପୋଷ୍ଟରେ ବାପା ଦୀପକ ସୁବୋଧ ମେହେଟ୍ଟାଙ୍କୁ ନେଇ ଏକ ଭାବପ୍ରବଣ ମେସେଜ୍ ଲେଖିଛନ୍ତି।

{"width":733,"height":1100}

ନିର୍ଦ୍ଦେଶକ ଲେଖିଛନ୍ତି- 'ମୁଁ ସବୁବେଳେ ଭାବୁଥିଲି ଯେ ସେ ମୋତେ ବଞ୍ଚାଇବେ। କିନ୍ତୁ, ମୁଁ ଭୁଲ୍ ଥିଲି । ଆର ପାର୍ଶ୍ୱରେ ଦେଖା ହେବା ବାପା । ଦୁନିଆର ସବୁଠୁ ସୁନ୍ଦର ପୁରୁଷ ଏବଂ ମୁଁ ସାକ୍ଷାତ କରିଥିବା ସବୁଠାରୁ ଭଦ୍ର ଏବଂ ଉଦାର ବ୍ୟକ୍ତି । ତୁମର ନିଃସ୍ୱାର୍ଥପର ଭଲପାଇବା ପାଇଁ ଧନ୍ୟବାଦ ବାପା । ଧନ୍ୟବାଦ ମୋର କିମ୍ବଦନ୍ତୀ, ମୋ ହିରୋ ।

ଫିଲ୍ମ ନିର୍ଦ୍ଦେଶକଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇ ଅନେକ ଉପଭୋକ୍ତା ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନେକ ସେଲିବ୍ରିଟି ହଂସଲ ମେହେଟ୍ଟାଙ୍କ ଟ୍ୱିଟରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ହଂସଲ ମେହେଟ୍ଟା ଏବଂ ତାଙ୍କ ପରିବାର କରୋନାରେ ସଂକ୍ରମିତ ହୋଇଥିଲେ । ଫିଲ୍ମ ନିର୍ଦ୍ଦେଶକ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଥିଲେ। ଏହା ସହିତ ସେ ତାଙ୍କ ପୁଅ ପାଇଁ ମଧ୍ୟ ସାହାଯ୍ୟ ମାଗିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.