ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ସମାରୋହରେ ଯୋଗ ଦେଇଛନ୍ତି ଏହିସବୁ ଅଭିନେତା ଅଭିନେତ୍ରୀ
9/03/2019 at 5:43 PM

ମୁମ୍ବାଇ ୯/୩ : ଆଜି ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବାହାଘର | ଶ୍ଲୋକା ମେହତାଙ୍କ ସହ ଆକାଶ ଆଜି ବିବାହ ବନ୍ଧନରେ ବାନ୍ଧିହେବେ |

ରାଜାଘର ବାହାଘର ଅବସରରେ ଆଣ୍ଟାଲିଆ ହାଉସ ଏବଂ ସେହି ରାସ୍ତାକୁ ଅତି ସୁନ୍ଦର ଭାବେ ସଜା ଯାଇଛି | ବିବାହ ସମାରୋହରେ ଅନେକ ଅଭିନେତା ଅଭିନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |

ଅତିଥିମାନଙ୍କ ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି | ସୁପର ଷ୍ଟାର ଅମୀର ଖାନ ନିଜ ପତ୍ନୀ କିରଣ ରାଓଙ୍କ ସହ ବିବାହ ସମାରୋହରେ ଯୋଗ ଦେଇଛନ୍ତି |

ରଣବୀର କପୁର, କାରଣ ଜୋହର, ଅୟାନ ମୁଖାର୍ଜୀ, ଅନିଲ ଅମ୍ବାନୀ, ଟିନା ଅମ୍ବାନୀ, ଜେକି ସରାଫଙ୍କ ସମେତ ଅନେକ ଷ୍ଟାର ଉପସ୍ଥିତ ଅଛନ୍ତି | ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ମଧ୍ୟ ଉପସ୍ଥିତ ଅଛନ୍ତି |

ଦିନ ସାଢେ ୩ଟା ରେ ବରଯାତ୍ରୀ ବାହାରିଥିଲା |

ଘରୁ ବାହାରିବା ପୂର୍ବରୁ ଧିରୁଭାଇ ଅମ୍ବାନୀଙ୍କ ଆଶୀର୍ବାଦ ନେଇଥିଲେ ଆକାଶ ଅମ୍ବାନୀ |

ବାହାଘର ଜିଓ ଗାର୍ଡେନରେ ଅନୁଷ୍ଠିତ ହେବ | ସନ୍ଧ୍ୟା ସାଢେ ୭ଟାରେ ବିବାହ ରୀତିନୀତି ଆରମ୍ଭ ହେବ |

ଆକାଶ ଅମ୍ବାନୀଙ୍କ ବାହାଘର ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି |


