ଆଜି ରିଲିଜ ହୋଇଛି ୩ଟି ବଡ ଫିଲ୍ମ, ଜାଣନ୍ତୁ ଫିଲ୍ମର ବିଷେଶତ୍ବ

Published By : Prameya-News7 Bureau | September 20, 2019 IST

ନୂଆ ଦିଲ୍ଲୀ୨୦|୯: ଆଜି ବକ୍ସ ଅଫିସ୍‌ରେ ଏକା ସହ ୩ଟି ବଡ ଫିଲ୍ମ ରିଲିଜ ହୋଇଛି। ଏହି ତିନୋଟି ଫିଲ୍ମ ନିଜ କାହାଣୀ ପାଇଁ ପ୍ରଥମରୁ ଚର୍ଚ୍ଚାରେ ରହିଛି। ସବୁ ଫିଲ୍ମ ମଧ୍ୟରେ ଜବରଦସ୍ତ ଟକ୍କର ହେବ। ତେବେ ଦର୍ଶକ କେଉଁ ପିଲ୍ମ ଅଧିକ ପସନ୍ଦ କରିବେ ତାହା କିଛି ଦିନ ପରେ ଜଣା ପଡିବ। ତେବେ ଆଜି ରିଲିଜ ହୋଇଥିବା ଫିଲ୍ମ ଓ ଫିଲ୍ମରେ ଖାସ କଣ ରହିଛି ସେ ବିଷୟରେ ଜାଣନ୍ତୁ।

{"id":160233}

୧. ପଲ ପଲ ଦିଲ କେ ପାସ- ସନ୍ନୀ ଦେଓଲଙ୍କ ପୁଅ କରନ ଦେଓଲଙ୍କ ଫିଲ୍ମ “ପଲ ପଲ ଦିଲ କେ ପାସ” ଆଜି ରିଲିଜ ହୋଇଛି। କରନବଲିଉଡରେ ଏହି ଫିଲ୍ମ ଦ୍ବାରା ଡେବ୍ୟୁ କରିଛନ୍ତି। “ପଲ ପଲ ଦିଲ କେ ପାସ” ଚଳଚ୍ଚିତ୍ରରୁ ସେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଛନ୍ତି।

{"id":160240}

ଫିଲ୍ମର ଟ୍ରେଲର ଲୋକେ ବହୁତ ପସନ୍ଦ କରିଥିଲେ। କରନଙ୍କର ଡେବ୍ୟୁ ଚଳଚ୍ଚିତ୍ର “ପଲ ପଲ ଦିଲ କେ ପାସ” ସିନେମାର ନିର୍ଦ୍ଦେଶକ ହେଉଛନ୍ତି ତାଙ୍କ ବାପା ସନ୍ନୀ ଦେଓଲ। ଫିଲ୍ମର ଶୁଟିଂ ଲଦ୍ଦାଖ ଓ ହିମାଂଚଳ ପ୍ରଦେଶରେ ହୋଇଛି।

କରନଙ୍କ ବିପକ୍ଷରେ ଅଭିନେତ୍ରୀ ସହେର ବାମ୍ବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କରନ ତାଙ୍କ ବାପା ଓ ଜେଜେଙ୍କ ଭଳି ବଲିଉଡରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବେ ବୋଲି ଦର୍ଶକ ଆଶା ରଖିଛନ୍ତି।  

{"id":160234}

୨.ପ୍ରସ୍ଥାନମ୍‌- ସଂଜୟ ଦତ୍ତଙ୍କ ଫିଲ୍ମ ପ୍ରସ୍ଥାନମ ଆଜି ରିଲିଜ ହୋଇଛି। ଏହି ଫିଲ୍ମ ଏକ ତେଲୁଗୁ ଫିଲ୍ମର ରିମେକ ଯାହା ବେଶ ହିଟ୍‌ ହୋଇଥିଲା। ପ୍ରସ୍ଥାନମ୍‌ ଫିଲ୍ମର ପ୍ରଯୋଜକ ହେଉଛନ୍ତି ଅଭିନେତା ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ।

{"id":160239}

ଏହା ଏକ ପଲିଟିକାଲ ଥ୍ରୀଲର । ଫିଲ୍ମରେ ଜଣେ ରାଜନେତା ଓ ତାଙ୍କ ପାରିବାରିକ ସମ୍ପର୍କ ବିଷୟରେ ଦେଖାଯାଇଛି। ଫିଲ୍ମରେ ସଂଜୟ ଦତ୍ତଙ୍କ ବ୍ୟତୀତ ମନୀଷା କୋଇରାଲା, ଜେକି ଶ୍ରଫ, ଅଲୀ ଫଜଲ, ଚାହତ ଖନ୍ନା, ଅମୟାରା ଦସ୍ତୁର ଓ ଚଙ୍କି ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

{"id":160235}

୩. ଦ ଜୋୟା ଫେକ୍ଟର- ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ (The zoya factor) ଆଜି ରିଲିଜ ହୋଇଛି। ଫିଲ୍ମରେ ସୋନମ୍‌ କପୁର ଓ ସାଉଥ ଅଭିନେତା ଦୁଲେକର ସଲମାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।ମଲାୟଲମ୍‌ ଫିଲ୍ମର ବରିଷ୍ଠ ଅଭିନେତା ମାମ୍ମୁଟିଙ୍କ ପୁଅ ଦୁଲେକର ପୂର୍ବରୁ ବଲିଉଡରେ ଇରଫାନ ଖାନଙ୍କ ଫିଲ୍ମ କାରୱାଁରେ କାମ କରିଥିଲେ।

ଫିଲ୍ମରେ ସୋନମ୍‌ ରାଜସ୍ଥାନର ରାଜପୁତ ପରିବାରର ଝିଅ ଜୋୟା ଭୂମିକାରେ ଅଭିନୟ କରିଛନ୍ତି। ଯିଏ ଜଣେ ଏସି ବିଜ୍ଞାପନ ଏକ୍‌ଜିକ୍ୟୁଟିଭ । ଫିଲ୍ମରେ ଜୋୟା ଭାରତୀୟ କ୍ରିକେଟ ଟିମ୍‌ ପାଇଁ “ଗୁଡ ଲକ୍‌ ଚାର୍ମ” ହୋଇଯାଇଛନ୍ତି।ଅପରପକ୍ଷରେ ଦୁଲେକର ଜମେ କ୍ରିକେଟ ଖେଳାଳୀ ଭାବେ ଅଭିନୟ କରିଛନ୍ତି।

{"id":160236,"width":578,"height":374}

 ଫିଲ୍ମରେ ଜଣେ କ୍ରିକେଟ ଖେଳାଳୀର ଭାଗ୍ୟ କେମିତି ବଦଳିଯାଏ ସେହି ବିଷୟରେ ପ୍ରଦର୍ଶନ କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଭିଷେକ ଶର୍ମା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.