Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସୁଶାନ୍ତ ସିଂହ ଓ ବିକାଶ ଦୁବେଙ୍କ କାହାଣୀକୁ ନେଇ ଆସୁଛି ଫିଲ୍ମ, ନାଁ ପାଇଁ ଚାଲିଛି ଫିଲ୍ମ ନିର୍ମାତାଙ୍କ ଆବେଦନ

13/09/2020 at 2:07 PM

ନୂଆଦିଲ୍ଲୀ ୧୩/୦୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତିନିଟି ତଦନ୍ତ ଏଜେନ୍ସି ତଦନ୍ତ କରୁଛନ୍ତି। ମାମଲାରେ ଅନେକ ଜଣଙ୍କୁ ଗିରଫ ମଧ୍ୟ କରାଗଲାଣି। ତେବେ ଏହି ଘଟଣା ଫିଲ୍ମ ନିର୍ମାତାଙ୍କ ପାଇଁ ନୂଆ କାହାଣୀ ହୋଇଛି। ଏହାକୁ ବଡ଼ ପରଦାରେ ଦେଖାଯାଇପାରିବ ବୋଲି  ସେମାନଙ୍କୁ ଲାଗୁଛି। ସେଥିପାଇଁ ଫିଲ୍ମ ନିର୍ମାତା ଘୋଷଣା କଲେଣି ଯେ ସୁଶାନ୍ତଙ୍କୁ ନେଇ ବଡ଼ ପରଦାରେ ଫିଲ୍ମ ଆସିବ।

ଅବଶ୍ୟ ବଲିଉଡରେ ଅନେକ ସମୟ​‌ରେ ହାଇପ୍ରୋଫାଇଲ କେସ୍ ଉପରେ ଫିଲ୍ମ କରାଯାଏ। ସେଥିରୁ ଜଣାଯାଏ ଯେ ଫିଲ୍ମ ନିର୍ମାତା ମର୍ଡର ମିଷ୍ଟ୍ରି କେସ୍ ହାତ ଛଡ଼ା ନ କରି ତାକୁ ଭଲ କାହାଣୀରେ ପରିଣତ କରନ୍ତି। ସୁଶାନ୍ତ ଓ ଉତ୍ତର ପ୍ରଦେଶରେ ଏନକାଉଣ୍ଟର ହୋଇଥିବା ବିକାଶ ଦୁବେଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ଦାବି ହୋଇ ଆସୁଛି। ଏବେ ଅନେକ ଫିଲ୍ମ ନିର୍ମାତା ଏହାକୁ ନେଇ ଫିଲ୍ମ ତିଆରି କରିବା ଯୋଜନା କରୁଛନ୍ତି।

ଯଦିଓ ଏବେ ସୁଶାନ୍ତଙ୍କ ମାମଲାର ତଦନ୍ତ ଚାଲିଛି ମାତ୍ର ଫିଲ୍ମ ନିର୍ମାତା ଏହାର ଟାଇଟଲ ରେଜିଷ୍ଟେ୍ରସନ ଆରମ୍ଭ କରି ଦେଇଛନ୍ତି। ଏପରିକି ଅନେକ ଟାଇଟଲ ମଧ୍ୟ ରେଜିଷ୍ଟେ୍ରସନ ସରିଲାଣି। ଏହା ସହ ଆଇଏମପିପିଏ ପାଖରେ ‘ସୁଶାନ୍ତ ସିଂହ ରାଜପୁତ ବାୟୋଗ୍ରାଫି’, ‘ସୁଶାନ୍ତ’, ‘ରାଜପୁତ: ଦ ଟ୍ରୁଥ୍ ଓ୍ବିସ୍’ଓ ଦ ଅନଟୋଲଡ୍ଡ ମିଷ୍ଟି ନାଁ ସାମିଲ ଅଛି।

ତେବେ ବିକାଶ ଦୁବେଙ୍କ ମାମଲାକୁ ନେଇ ଅନେକ ଟାଇଟଲ ରେଜିଷ୍ଟ୍ରସନ୍ କରାଯାଉଛି। ଯେଉଁଥିରେ କାନପୁର କା ବିକାଶ ଦୁବେ, ମାରା ଗୟା ବିକାଶ ଦୁବେ, ମେଁ ହୁଁ କାନପୁର ବିକାଶ ଦୁବେ, ମେଁ ହୁଁ ବିକାଶ ଦୁବେ କାନପୁର ଓ୍ବାଲା, ‘ମୋଷ୍ଟ ଓ୍ବାଟେଂଡ୍ ବିକାଶ ଦୁବେ, ବାହୁବଳୀ ବିକାଶ ଦୁବେ ଆଦି ନାଁ ସାମିଲ ଅଛି।

   Related Posts