‘ସାବାସ୍ ମିଠୁ’ରେ ତାପସୀଙ୍କ ଫାଷ୍ଟ ଲୁକ୍ ଭାଇରାଲ…
30/01/2020 at 11:03 AM

ମୁମ୍ବାଇ୩୦|୧: ସାଉଥ ଇଣ୍ଡଷ୍ଟ୍ରି ପରେ ଏବେ ବଲିଉଡରେ ଧମାଲ କରୁଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ।ଲଗାତାର ଗୋଟେ ପରେ ଗୋଟେ ଫିଲ୍ମ କରି ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତାପସୀ। ତାପସୀ ଜଣେ ଏମିତି ଅଭିନେତ୍ରୀ ଯିଏ କାହାକୁ ଭୟ ନକରି ନିଜ କଥା ରଖନ୍ତି। ଏଥିପାଇଁ ସେ ସବୁବେଳେ ହିଟ୍ ଲିଷ୍ଟରେ ଥାନ୍ତି।

ତାପସୀ ପନ୍ନୁ ଏବେ ନିଜ ଆଗାମୀ ଫିଲ୍ମ ‘ସାବାସ୍ ମିଠୁ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ମିତାଲି ରାଜ୍ଙ୍କ ବାୟୋପିକ୍ ଉପରେ ଆଧାରିତ। ନିକଟରେ ଫିଲ୍ମରୁ ତାପସୀଙ୍କର ଫାଷ୍ଟ ଲୁକ୍ ରିଲିଜ ହୋଇଛି। ଫିଲ୍ମରେ ତାପସୀ, ଖେଳାଳି ମିତାଲି ରାଜ୍ଙ୍କ ଭୂମିକାରେ ଅଭିନୟ କରିବେ।

ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଶ୍ରେଷ୍ଠ ଖେଳାଳୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିତାଲି ରାଜ୍। ଫିଲ୍ମର ପ୍ରଥମ ପୋଷ୍ଟରକୁ ତାପସୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋ ସେୟାର କରି ତାପସି କ୍ୟାପସନ୍ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ତାଙ୍କୁ ସବୁବେଳେ ପଚରାଯାଏ ଯେ ତାଙ୍କର ପ୍ରିୟ ପୁରୁଷ କ୍ରିକେଟର କିଏ। ହେଲେ ତାଙ୍କର ପ୍ରିୟ ମହିଳା କ୍ରିକେଟର୍ କିଏ କେବେ ପଚାରାଯାଏ ନାହିଁ।

ମିତାଲି ରାଜ୍ଙ୍କୁ ତାପସୀ ଅଲ୍ଟିମେଟ୍ ଗେମ୍ ଚେଞ୍ଜର୍ ବୋଲି କହିଛନ୍ତି।’ ଫଟୋରେ ତାପସୀ ଭାରତୀୟ କ୍ରିକେଟ୍ ଟିମ୍ର ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି।ମିତାଲିଙ୍କ ଭଳି ମୁଣ୍ଡରେ ଗୋଲ୍ ଟୋପି ଓ ହାତରେ ବ୍ୟାଟ୍ ଧରି ଇନ୍ଟେନ୍ସ ଲୁକ୍ରେ ନଜର ଆସିଛନ୍ତି ତାପସୀ। ଏହି ଫିଲ୍ମଟି ୨୦୨୧ ମସିହା ଫେବୃଆରୀ ୫ ତାରିଖରେ ରିଲିଜ୍ ହେବ। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରାହୁଲ୍ ଢୋଲକିଆ ।