ମୋଦିଙ୍କ ବାୟୋପିକ ପୂର୍ବରୁ ପରଦାକୁ ଆସିବ ରାହୁଲ ଗାନ୍ଧୀଙ୍କ ଉପରେ ଆଧାରିତ ଫିଲ୍ମ RA GA

Published By : Prameya-News7 Bureau | February 08, 2019 IST

ମୁମ୍ବାଇ ୮/୨ : ଲୋକସଭା ନିର୍ବାଚନ ପାଇଁ ଦେଶର ରାଜନୀତି ଗରମ ରହିଛି | ବଡ ପରଦାରେ ରାଜନୀତିକୁ ନାମୀ ଓ ଲୋକପ୍ରିୟ ତାଙ୍କୁ ଆଣିବାକୁ ଉଦ୍ୟମ ଚାଲିଛି | ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହିନ୍ଦୀ ଫିଲ୍ମ ତିଆରି ହେଉଛି | ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିବେ ବିବେକ ଓବରଏ | କିନ୍ତୁ ମୋଦିଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଫିଲ୍ମ ରିଲିଜ ହୋଇଯିବ ବୋଲି ଶୁଣିବାକୁ ମିଳୁଛି |


ରାହୁଲ ଗାନ୍ଧୀଙ୍କ ଉପରେ ଆଧାରିତ ଫିଲ୍ମର ନାଁ ରଖାଯାଇଛି RA GA ଅର୍ଥାତ ରାହୁଲ ଗାନ୍ଧୀ | ଫିଲ୍ମର ନିର୍ଦେଶନା ଦେଉଛନ୍ତି ରୁପେଶ ପାଲ | ଫିଲ୍ମର ଏକ ଟିଜର ମଧ୍ୟ ଜାରି କରାଯାଇଛି | ଫିଲ୍ମରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ମଧ୍ୟ ରହିଛି | ଫିଲ୍ମରେ ରାହୁଲ ଗାନ୍ଧୀଙ୍କ ବାଲ୍ୟକାଳରୁ ଆରମ୍ଭ କରି ରାଜନୈତିକ କ୍ୟାରିଅରର ସମସ୍ତ ଘଟଣା ରହିଛି |

{"id":83195}


ନିର୍ଦେଶକ ରୁପେଶଙ୍କ ଅନୁଯାୟୀ, ଏହି ଫିଲ୍ମର ଉଦ୍ଦେଶ୍ୟ ରାହୁଲଙ୍କୁ ମହିମା ମଣ୍ଡିତ କରିବା ନୁହେଁ ବରଂ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ରହିଛି ଯାହାକୁ ଲଗାତାର ଚାରିପଟୁ ଆକ୍ରମଣ କରାଯାଉଛି | ଯେଉଁ ବ୍ୟକ୍ତି ଦୃଢର ସହ ଆସନ୍ନ ଆକ୍ରମଣର ମୁକାବିଲା କରୁଛି । ସେ ଏହି ଫିଲ୍ମ ମାଧ୍ୟମରେ ନିଜ ଜୀବନକୁ ଫିଲ୍ମ ସହ ତୁଳନା କରିପାରିବ | ସେ କହିଛନ୍ତି ଯେ, ଫିଲ୍ମକୁ ଵାୟୋପିକ ଭଳି ଗ୍ରହଣ କରାଯିବ ନାହିଁ | ଯେକୌଣସି ବ୍ୟକ୍ତି ଯିଏ ଅନେକ ବିପରୀତ ସମସ୍ୟା ଦେଇ ଗତି କରି ଆଗକୁ ବଢି଼ଛି ତା'ସହ ସମ୍ପର୍କିତ | ଫିଲ୍ମଟି ଏପ୍ରିଲ ମାସରେ ପରଦାକୁ ଆସିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.