ରିଲିଜ ହେଲା ଫିଲ୍ମ “ମଲଙ୍ଗ”ର ନୂଆ ପୋଷ୍ଟର…କାନ୍ଧ ଉପରେ ଚଢି ଆଦିତ୍ୟଙ୍କୁ କିସ୍‌ କଲେ ଦିଶା

Published By : Prameya-News7 Bureau | January 05, 2020 IST

wp:heading {"level":5}
ମୁମ୍ବାଇ୫|୧: ଅପକମିଂ ଫିଲ୍ମ “ମଲଙ୍ଗ” ର ଟ୍ରେଲର ଆସନ୍ତା କାଲି ତଥା ଜାନୁଆରୀ ମାସ ୬ ତାରିଖରେ ରିଲିଜ ହେବ। ଫେବୃଆରୀ ମାସ ୭ ତାରିଖ, ଭାଲେଣ୍ଟାଇନ ସପ୍ତାହରେ ଫିଲ୍ମଟି ରିଲିଜ ହେବ। ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ୍ ହେବା ପରେ ଏବେ ଆଉ ଏକ ପୋଷ୍ଟର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ପୂର୍ବ ପୋଷ୍ଟରରେ ଆଦିତ୍ୟ ରାୟ କାପୁର ଓ ଦିଶାଙ୍କ ଫଟୋ ଥିଲା। ଏହି ଦୁଇ ପୋଷ୍ଟର ଖୁବ୍‌ ଦମ୍‌ଦାର ରହିଛି। ପୋଷ୍ଟର ରିଲିଜ୍ ହେଉ ହେଉ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଥିଲା।
/wp:heading {"id":207063,"sizeSlug":"large"}
wp:heading {"level":5}
ହେଲେ ଏବେ ଆଦିତ୍ୟ ଓ ଦିଶାଙ୍କର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟରରେ ଆଦିତ୍ୟ ଓ ଦିଶା କିସ୍‌ କରୁଛନ୍ତି। ଫଟୋରେ ଉଭୟଙ୍କର ସିଜଲିଂ କେମିଷ୍ଟ୍ରି ଦର୍ଶକ ବହୁତ କରୁଛନ୍ତି। ଗତ ପୋଷ୍ଟରରେ ଆଦିତ୍ୟଙ୍କର ସିକ୍ସ୍ ପ୍ୟାକ୍ ଓ ଦିଶାଙ୍କ ଗ୍ଲାମରସ୍‌ ଲୁକ୍‌ ନଜର ଆସିଥିଲା। ଏହା ଅନେକ ଦର୍ଶକ ପସନ୍ଦ କରିଥିଲେ। ଏବେ ନୂଆ ପୋଷ୍ଟରକୁ ଅଧିକ ଲାଇକ୍‌ ଓ କମେଣ୍ଟ ମିଳୁଛି।
/wp:heading {"id":207068,"sizeSlug":"large"}
wp:heading {"level":5}
 ଫିଲ୍ମ ପାଇଁ ଅଭିନେତା ଓ ଅଭିନେତ୍ରୀ ବହୁତ ପରିଶ୍ରମ କରିଛନ୍ତି। ଦିଶା ଏବଂ ଆଦିତ୍ୟଙ୍କୁ ଅଣ୍ଡର ୟାଓ୍ଵାଟର କିସିଂଗ ସିନ୍‌ କୁ ନେଇ ଟ୍ରେନିଂ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗୋଟିଏ ସିନ୍‌ ପାଇଁ ଦିଶା ଏବଂ ଆଦିତ୍ୟଙ୍କୁ ୧ ମିନିଟ୍‌ ପର୍ଯ୍ୟନ୍ତ ପାଣି ଭିତରେ ରହିବାକୁ ପଡିଥିଲା।
/wp:heading {"id":207069,"sizeSlug":"large"}
wp:heading {"level":5}
ଫିଲ୍ମ ସୁଟିଂ ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫିଲ୍ମ ସୁଟିଂ ସମୟରେ ଆଦିତ୍ୟ ଏବଂ ଦିଶା ସ୍କୁଟରରେ ପୁରା ଗୋଆ ବୁଲିବାର ଖବର ମଧ୍ୟ ଶୁଣିବାକୁ ମିଳିଛି। ଏହି ଫିଲ୍ମରେ ଅଭିନେତା ଅନିଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟ୍ଟାନୀ, କୁନାଲ ଖେମୁ ମଧ୍ୟ ନଜର ଆସିବେ।
/wp:heading wp:heading {"level":5}
 
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.