Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଥମୁନି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ; ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନସିବିର ମାରାଥନ ଜେରା, ଲିଙ୍କ୍ ନେଇ ହୋଇପାରେ ବଡ ଖୁଲାସା

16/11/2020 at 6:37 PM

ନୂଆଦିଲ୍ଲୀ ୧୬/୧୧ : ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଏବଂ ଅଭିନେତ୍ରୀଙ୍କ ଡ୍ରଗ୍ସ ଲିଙ୍କ୍ ତାଲିକା ଲମ୍ବିବାରେ ଲାଗିଛି । ବହୁ ଦିନ ବ୍ୟବଧାନରେ ପୁଣି ସକ୍ରିୟ ହୋଇଉଠିଛି ନାର୍କୋଟିକ୍ସ୍ କଣ୍ଟେ୍ରାଲ ବ୍ୟୁରୋ ବା ଏନସିବି । ଏଥର ଏନସିବି ନଜରକୁ ଆସିଛନ୍ତି ଅଭିନେତା ଅର୍ଜୁନ ରାମପାଲ । ଜଣା ଶୁଣା ଫିଲ୍ମ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନସିବି ନୋଟିସ ଜାରି କରିବା ସହ ପଚରାଉଚରା କରିଛି । ସୂଚନା ଅନୁସାରେ ଅର୍ଜୁନଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି ଏନସିବି । ଏହା ପୂର୍ବରୁ ଅର୍ଜୁନଙ୍କ ଘରେ ଚଢାଉ କରିଥିଲା ଏନସିବିର ଟିମ ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କର ଲମ୍ବା ତାଲିକା ସାମ୍ନାକୁ ଆସିବାରେ ଲାଗିଛି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଠାରୁ ଆରମ୍ଭ ହୋଇଥିବା ଡ୍ରଗ୍ସ ଲିଙ୍କ୍ ମାମଲା ଏବେ ଅଭିନେତା ଅର୍ଜୁନ ରାମପାଲଙ୍କ ପାଖରେ ପହଞ୍ଚିଛି । ଅର୍ଜୁନଙ୍କ ବାନ୍ଦ୍ରାସ୍ଥିତ ଘରେ ଡ୍ରଗ୍ସଥିବା ଖବର ପାଇଁ ଏନସିବି ରେଡ କରିଥିଲା । ବର୍ତ୍ତମାନ ଏନସିବି ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଜିନେତା ଅର୍ଜୁନ ରାମପାଲଙ୍କୁ ପଚରାଉଚରା ଜାରି ରଖିଛି । ଶୁକ୍ରବାର ସକାଳ ୧୧ଟାରେ ପଚରାଉଚରା ପାଇଁ ଏନସିବି ଦପ୍ତରରେ ହାଜର ହୋଇଥିଲେ ଅର୍ଜୁନ । ସେଠାରେ ଦୀର୍ଘ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିଲା । ନଭେମ୍ବର ୯ରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନ ଜାରି କରିଥିଲା ଏନସିବି । ତେବେ ଏନସିବି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା ଯେ ଡ୍ରଗ୍ସ ଲିଙ୍କ ମାମଲାରେ ଅର୍ଜୁନଙ୍କ ପଚରାଉଚରା ଜାରି ରହିଛି ।

ଏହା ପୂର୍ବରୁ ଅର୍ଜୁନ ରାମପାଲଙ୍କ ବନ୍ଧୁ ପୋଲ ବାର୍ଟେଲଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ କରିସାରିଛି ଏନସିବି ଏବଂ ତାଙ୍କ ପାର୍ଟନର ଗାବ୍ରିଏଲ ଡେମୋଟ୍ରିଏଡିସଙ୍କୁ ମଧ୍ୟ ଲଗାତାର ପଚରାଉଚରା ଜାରି ରଖିଛି । ବର୍ତ୍ତମାନ ଅର୍ଜୁନ ରାମପାଲ ପୁରାପୁରି ଭାବେ ଏନସିବି ରାଡାରରେ ଅଛନ୍ତି । ଅର୍ଜୁନ ରାମପାଲଙ୍କ ପୂର୍ବରୁ ଫିଲ୍ମ ପ୍ରଯୋଜକ ଫିରୋଜ ନାଡିଆଓ୍ବାଲାଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲା ଏନସିବି । ତାଙ୍କ ଘର ଛାନଭିନ କରିବାବେଳେ କିଛି ଗଞ୍ଜେଇ ଜବତ କରାଯାଇଥିବା ଏନସିବି ସୂଚନା ଦେଇଛି ।  

   Related Posts