Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ବଲିଉଡ୍‌ରେ ଡ୍ରଗ୍ସ କନେକ୍ସନ୍‌କୁ ନେଇ ମୁମ୍ବାଇ ଓ ଗୋଆର ଅନେକ ସ୍ଥାନରେ ଏନ୍‌ସିବିର ଚଢ଼ାଉ

12/09/2020 at 11:23 AM

ମୁମ୍ବାଇ ୧୨/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଏଙ୍ଗଲ୍ ସାମ୍ନାକୁ ଆସିବା ପରେ ଏନ୍‌ସିବି ଶନିବାର ସକାଳୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଏନସିବି ଟିମ ମୁମ୍ବାଇ ଓ ଗୋଆର ଅନେକ ସ୍ଥାନରେ ଚଢ଼ାଉ କରିଛି | ଏନ୍‌ସିବି ସୂତ୍ର ଅନୁଯାୟୀ, ବଲିଉଡରେ ଡ୍ରଗ୍ସ କନେକ୍ସନକୁ ନେଇ ଅନେକ ଥାନାରେ ଚଢ଼ାଉ ହୋଇଛି | ସୂତ୍ର ଅନୁଯାୟୀ, ଏନସିବି ଡ୍ରଗ୍ସ ମାମଲାରେ ଏବେ ସୁଦ୍ଧା ଯେଉଁମାନଙ୍କୁ ପଚରାଉଚୁରା କରିଛି, ସେମାନେ ପୁରା ନେଟ୍‌ୱାର୍କର ସୂଚନା ଏନ୍‌ସିବି ଅଧିକାରୀଙ୍କୁ ଦେଇଛନ୍ତି | ଏନସିବି ସୂତ୍ରରୁ ପୂର୍ବରୁ ହିଁ ସୂଚନା ଦିଆଯାଇଥିଲା ଯେ ଏହି ମାମଲାରେ ଆହୁରି ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିପାରେ ଓ ଅନେକ ଗିରଫ ମଧ୍ୟ ହୋଇପାରନ୍ତି |

ସୂଚନା ଅନୁଯାୟୀ, ମୁମ୍ବାଇ ଓ ଗୋଆର ଅନେକ ସ୍ଥାନରେ ଚଢ଼ାଉ ହୋଇଛି | ଗିରଫ ଡ୍ରଗ୍ସ ଡିଲର ଅନୁଜ କେଶୱାନି ବୟାନ ଅନୁଯାୟୀ ଚଢ଼ାଉ ହୋଇଛି | ୬ଟି ଲୋକେସନରେ ଡ୍ରଗ୍ସ ପେଡ଼ଲର୍ ଠିକଣାରେ ଚଢ଼ାଉ ହୋଇଛି | ମାମଲାରେ ଦୁଇ ଜଣଙ୍କୁ ହେପାଜତକୁ ନିଆଯାଇଛି | ଅନୁଜ କେଶୱାନିକୁ ରିୟା ଚକ୍ରବର୍ତୀ ସହ ଡ୍ରଗ୍ସ କନେକ୍ସନକୁ ନେଇ ଗିରଫ କରାଯାଇଥିଲା | ଅନୁଜ ମଧ୍ୟ ଅନେକ ନାଁ ଖୁଲାସା କରିଥିଲେ | 

ଏହା ସହ ଡ୍ରଗ୍ସ ମାମଲାରେ ଏନସିବି ୨୩ ବର୍ଷୀୟ ଅବଦୁଲ ବାସିତ ଓ ୨୧ ବର୍ଷୀୟ ଜୈଦ ବିଲାତ୍ରାକୁ ମଧ୍ୟ ଗିରଫ କରିଛି | ଷୌଭିକ ଓ ସାମୁଏଲ୍ ମୀରାଣ୍ଡାଙ୍କୁ ଜେରା କରିବା ପରେ ଏନସିବି ଏହି ଦୁଇ ଜଣଙ୍କୁ ଗିରଫ କରିଥିଲା |

   Related Posts