Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବଢିଲା କରଣ ଜୋହରଙ୍କ ଅଡୁଆ : ଡ୍ରଗ୍ସ୍ ମାମଲାରେ ହାଜର ହେବାକୁ NCBର ନୋଟିସ୍, ଭାଇରାଲ ଭିଡିଓକୁ ନେଇ ଫସିପାରନ୍ତି କରଣ

17/12/2020 at 9:18 PM

ମୁମ୍ବାଇ ୧୭/୧୨ : କିଛି ଦିନ ବ୍ୟବଧାନରେ ପୁଣି ସକ୍ରିୟ ହୋଇଉଠିଛି NCB । ବଲିଉଡର ଜଣାଶୁଣା ପ୍ରଯୋଜକ କରଣ ଜୋହରଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଛି ନିଶା ନିବାରଣ ବିଭାଗ । NCB ପକ୍ଷରୁ କୁହାଯାଇଛି ଯେ, କରଣ ଜୋହର କୌଣସି ମାମଲାରେ ସଂପୃକ୍ତ ନାହାନ୍ତି କିନ୍ତୁ ଡ୍ରଗ୍ସ୍ ସହିତ ଜଡିତ କିଛି ତଥ୍ୟ ହାସଲ ପାଇଁ ତାଙ୍କୁ ନୋଟିସ କରାଯାଇଛି ।

ସୂଚନା ମୁତାବକ, କରଣଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିନପାରେ । ସେ ତାଙ୍କର କୌଣସି ପ୍ରତିନିଧିଙ୍କୁ ମଧ୍ୟ ପଠାଇପାରନ୍ତି । ୨୦୧୯ ଜୁଲାଇ ମାସରେ କରଣଙ୍କ ଘରେ ହୋଇଥିବା ପାର୍ଟି ବିଷୟରେ କିଛି ତଥ୍ୟ ହାସଲ ପାଇଁ ତାଙ୍କର ଇଲୋକ୍ଟ୍ରାନିକ୍ସ୍ ଉପକରଣକୁ ଯାଞ୍ଚ୍ କରିପାରେ ଏନସିବି ।

କରଣ ଜୋହରଙ୍କୁ ବୁଧବାର ସମନ ପଠାଯାଇଥିବା ସୂଚନା ମିଳିଛି । ପାର୍ଟିକୁ କେଉଁମାନେ ଆସିଥିଲେ? କେଉଁ କ୍ୟାମେରାରେ ଭିଡିଓ ରେକର୍ଡ ହୋଇଥିଲା? କିଛି ନିମନ୍ତ୍ରଣ ପତ୍ର ପଠାଯାଇଥିଲା କି? ଏହି ତମାମ ପ୍ରସଙ୍ଗର ତଥ୍ୟ ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ ନୋଟିସରେ କୁହାଯାଇଛି ।

ବଲିଉଡରେ ଡ୍ରଗ୍ସ୍ କନେକସନ୍ ସାମ୍ନାକୁ ଆସିବା ପରେ କରଣ ଜୋହରଙ୍କର ସମସ୍ୟା ବଢିବାକୁ ଲାଗିଥିଲା । କରଣ ଜୋହରଙ୍କ ଘରେ ହୋଇଥିବା ଏକ ପାର୍ଟିର ଭିଡିଓ ଖୁବ ଭାଇରାଲ ହୋଇଥିଲା । ଏହାକୁ ନେଇ ଯାଞ୍ଚ କରିଥିଲା ଏନସିବି । ଏହା ପ​‌ରେ କରଣ ଜୋହର ସଫେଇ ଦେଇଥିଲେ କି, ‘ନା ମୁଁ କୌଣସି ଡ୍ରଗ୍ସ୍ ନିଏ ନା ତାକୁ ପ୍ରମୋଟ କରେ’ । ସେ କହିଥିଲେ ମୋ ଘରେ ୨୮ ଜୁଲାଇ ୨୦୧୯ରେ ହୋଇଥିବା ପାର୍ଟିରେ ଡ୍ରଗ୍ସ ବ୍ୟବହାର ହୋଇଥିବା ଖବର ସଂପୂର୍ଣ୍ଣ ମିଛ ।

   Related Posts