ରାଗିଗଲେ ଡ୍ରାମା କୁଇନ୍ ରାଖୀ ସାୱନ୍ତ: କହିଲେ‘ମିଷ୍ଟର ଚଡ୍ଡାଙ୍କ କାଢ଼ି ଦେବି ଚଡ୍ଡା’

Published By : Prameya-News7 Bureau | September 19, 2021 IST

ମୁମ୍ବାଇ ୧୯/୦୯ : ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପାଇଁ ଏନଣ୍ଟରଟେନ୍‌ମେଣ୍ଟର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ବେଶ୍‌ ଜଣାଶୁଣା। ସେ ପ୍ରାୟତଃ କିଛି ନା କିଛି ଏଭଳି କରନ୍ତି, ଯାହାକୁ ନେଇ ଚର୍ଚ୍ଚାରେ ରୁହନ୍ତି।ଯାହା ଫଳରେ କନ୍ଟ୍ରୋଭର୍ସିରେ ଫସି ରୁହନ୍ତି । ତେବେ ସେ କିଛି ନ କରିବି ନିକଟରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ହେଡ୍‌ଲାଇନ୍‌ ପାଲଟି ଯାଇଛନ୍ତି। ଏବେ ପଞ୍ଜାବ ପଲିଟିକ୍ସରେ ଏବେ ରାଖୀ ସାୱାନ୍ତଙ୍କ ନାଁ ଉଠିଛି। ନିକଟରେ ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ ସିଦ୍ଧୁ ହେଉଛନ୍ତି ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ।

wp:html /wp:html

ନେତାଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ରାଖୀ ସାୱନ୍ତ ନାଁ ଟଣାଯିବାକୁ ନେଇ ବିଭିନ୍ନ ମହଲାରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।ଏନେଇ ରାଖୀ ସାୱନ୍ତ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ‘ମୋ ଠାରୁ ଆଉ ମୋ ନାଁ ଠାରୁ ଦୂରେଇ ରୁହ। ମିଷ୍ଟର ଚଡ୍ଡା, ଯଦି ତୁମେ ମୋ ନାଁ ନେବ ତା’ହେଲେ ମୁଁ ତୁମର ଚଡ୍ଡା କାଢ଼ିଦେବି। ଟ୍ରେଣ୍ଡିଂରେ ଆସିବା ପାଇଁ ରାଘବ ଚଡ୍ଡା ମୋ ନାଁ ବ୍ୟବହାର କରୁଛନ୍ତି। ମୁଁ ଏବେ ଟ୍ରେଣ୍ଡିଂରେ ଅଛି।’

ସେପଟେ ନିଜ ଇନ୍‌ଷ୍ଟା ପୋଷ୍ଟରେ ମଧ୍ୟ ରାଖୀ ନିଜ ନାଁକୁ ନେଇ ହେଉଥିବା ରାଜନୀତି ବିଷୟରେ କହିଛନ୍ତି। ରାଖୀ ଏକ ଟ୍ୱିଟର ପୋଷ୍ଟର ସ୍କ୍ରିନ୍‌ ସଟ୍‌ ଶେଆର କରିଛନ୍ତି। ଏଥିରେ ରିତେଶ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ କରିଛନ୍ତି। ନିଜ ଟ୍ୱିଟ୍‌ରେ ଉକ୍ତ ବ୍ୟକ୍ତି ଜଣକ ରାଘବ ଚଡ୍ଡା, ପଞ୍ଜାବ ପୁଲିସ, କଂଗ୍ରେସ, ଆମ ଆଦମୀ ପାର୍ଟି, ବିଜେପିକୁ ଟାଗ୍‌ କରି ଲେଖିଛନ୍ତି, ‘ନିଜ ରାନୈତିକ ଫାଇଦା ପାଇଁ କାହାର ମଧ୍ୟ ଛବି ବିଗାଡନ୍ତୁ ନାହିଁ। ଦୟାକରି ନିଜ ନିଜ ବିଧାୟକଙ୍କୁ ଶିକ୍ଷିତ କରାନ୍ତୁ। ଯଦି ମୁଁ ଲୋକଙ୍କୁ ଏକାଠି କରିବି ତେବେ କେଉଁ ସ୍ଥାନରେ ମଧ୍ୟ ‘AAP’ ଦେଖାଦେବ ନାହିଁ।’

wp:html
/wp:html

ରାଖୀଙ୍କ ମୁତାବକ ଏହି ଟ୍ୱିଟ୍‌ କରିଥିବା ବ୍ୟକ୍ତି ଜଣକ ଆଉ କିଏ ନୁହନ୍ତି ଖୋଦ୍‌ ତାଙ୍କ ସ୍ୱାମୀ ରିତେଶ। ଏହି ପୋଷ୍ଟକୁ ଶେଆର କରି ରାଖୀ କ୍ୟାପସନରେ ଲେଖିଛନ୍ତି, ‘ମୋ ସ୍ୱାମୀ ରାଘବ ଚଡ୍ଡାଙ୍କୁ ଉଚିତ ଜବାବ ଦେଇଛନ୍ତି। ମୋ ସମ୍ମାନ ରକ୍ଷା ପାଇଁ ସେ ଠିଆ ହୋଇଛନ୍ତି। ଧନ୍ୟବାଦ। ତେବେ ’ ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ବିଭିନ୍ନ ଦଳ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଆମ ଆଦମୀ ପାର୍ଟି ପଞ୍ଜାବର ସହ ପ୍ରଭାରୀ ତଥା ବିଧାୟକ ରାଘବ ଚଡ୍ଡା ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.