Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ବଞ୍ଚିଥିଲେ ଦିବ୍ୟା ଭାରତୀ ଆଜି ପାଳିଥାନ୍ତେ ୪୫ତମ ଜନ୍ମଦିନ, ଜାଣନ୍ତୁ ସୁନ୍ଦରୀ ଦିବ୍ୟାଙ୍କ ସମ୍ପର୍କରେ କିଛି ଅଜଣା କଥା

25/02/2019 at 7:16 PM

ମୁମ୍ବାଇ ୨୫/୨: ଫେବୃୟାରୀ ୨୫ତାରିଖ ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ଜନ୍ମଦିନ। ଆଜି ଯଦି ସେ ବଞ୍ଚିଥାଆନ୍ତେ ତେବେ ସେ ତାଙ୍କ ୪୫ତମ ଜନ୍ମଦିନ ପାଳନ କରୁଥାଆନ୍ତେ। ବଲିଉଡରେ ଏପରି ବହୂତ କମ୍ ଅଭିନେତ୍ରୀ ଅଛନ୍ତି ଯିଏ କମ୍ ଫିଲ୍ମ କରିଥିବା ସତ୍ତ୍ବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ। ଦିବ୍ୟା ଭାରତୀ ସେଥିରୁ ଜଣେ।

୧୯୯୨ରେ ୩ଟି ହିଟ୍ ଫିଲ୍ମ ଦେବା ପରେ ୧୯୯୩ ଏପ୍ରିଲ୍ ୫ତାରିଖରେ ୧୯ବର୍ଷ ବୟସ୍କା ଦିବ୍ୟା ଭାରତୀଙ୍କ ହଠାତ୍ ମୃତ୍ୟୁ ହୋଇଥିଲା। ତାଙ୍କ ରହସ୍ୟମୟ ମୃତ୍ୟୁରେ ପୂରା ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଥିଲା। ତାଙ୍କ ମୃତ୍ୟୁ ଆଜି ବି ରହସ୍ୟଘେରରେ ରହିଛି। ଆସନ୍ତୁ ଜାଣିବା ଅକାଳ ମୃତ୍ୟୁବରଣ କରିଥିବା ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ଜୀବନ ସହ ଜଡ଼ିତ କିଛି ଖାସ୍ କଥା

ଦିବ୍ୟା ଭାରତୀଙ୍କ ଜନ୍ମ ୧୯୭୪ମସିହା ଫେବୃୟାରୀ ୨୫ତାରିଖରେ ମୁମ୍ବାଇରେ ହୋଇଥିଲା। ଦିବ୍ୟାଙ୍କ ବାପା ଓମ୍ ପ୍ରକାଶ ଭାରତୀ ଜଣେ ବୀମା ଅଧିକାରୀ ଥିଲେ। ତାଙ୍କ ପରିବାରରେ ମାଆ ମିତା ଭାରତୀଙ୍କ ବ୍ୟତୀତ ସାନ ଭାଇ କୁନାଲ ଭାରତୀ ଥିଲେ। ବାପାଙ୍କ ପ୍ରଥମ ପତ୍ନୀଙ୍କଠୁ ଜଣେ ଭଉଣୀ ଥିଲେ ପୁନମ୍। ଦିବ୍ୟା ଭାରତୀଙ୍କୁ ୧୪ବର୍ଷ ହୋଇଥିବାବେଳେ ସେ ବଲିଉଡରେ କାମ କରିବା ଆରମ୍ଭ କରିଥିଲେ। ବହୁତ କମ୍ ଲୋକ ଜାଣିଛନ୍ତି ମଡେଲ୍ ଏବଂ ଅଭିନେତ୍ରୀ କାୟେନାତ ଅରୋରା ଦିବ୍ୟା ଭାରତୀଙ୍କ କଜିନ୍।

୧୯୯୦ରେ ଦିବ୍ୟା ତାଙ୍କ କ୍ୟାରିୟର ତେଲୁଗୁ ଫିଲ୍ମ ‘ବୋବ୍ବିଲ୍ଲି ରାଜା’ରୁ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ‘ବିଶ୍ବାତ୍ମା’ ଫିଲ୍ମରୁ ସଫଳତା ମିଳିଥିଲା।

ଆପଣ ଜାଣନ୍ତି କି ଦିବ୍ୟା ଭାରତୀ ବହୁତ କମ୍ ବୟସରୁ ବିବାହ କରିଥିଲେ। ୧୯୯୨ମସିହାରେ ୧୮ବର୍ଷ ବୟସରେ ଦିବ୍ୟା ଭାରତୀ ଫିଲ୍ମ ନିର୍ମାତା ସାଜିଦ ନାଦିଓ୍ବାଦଓ୍ବାଲାଙ୍କୁ ବିବାହ କରିଥିଲେ। ଦିବ୍ୟା ନିଜ ବାପା ମାଆଙ୍କଠୁ ଦୂରେଇ ଯାଇଥିଲେ। ଏଥିପାଇଁ ସେ ଡିପ୍ରେସନରେ ଥିଲେ।

୧୯୯୨ରେ ‘ଦିଓ୍ବାନା’ ଫିଲ୍ମ ଜରିଆରେ ତାଙ୍କୁ ଏକ ନୂତନ ପରିଚୟ ମିଳିଥିଲା। ଏହା ଶାହରୁଖ ଖାନଙ୍କ ଡେବ୍ୟୁ ଫିଲ୍ମ ଥିଲା। ୧୯୯୨ରେ ୩ଟି ସୁପରହିଟ୍ ଫିଲ୍ମ ପରେ ୧୯୯୩ରେ ତାଙ୍କର ଫିଲ୍ମ ‘କ୍ଷତ୍ରିୟ’ ରିଲିଜ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ସହ ସଞ୍ଜୟ ଦତ୍ତ,ରବିନା ଟଣ୍ଡନ ଏବଂ ସଲମାନ ଖାନ୍ ଥିଲେ। ଏହା ତାଙ୍କ ଶେଷ ଫିଲ୍ମ ଥିଲା। ଏହି ଫିଲ୍ମ ମାର୍ଚ୍ଚରେ ଆସିଥିଲା ଏବଂ ଏହା ପରେ ଅପ୍ରେଲରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଫିଲ୍ମ ‘ରଙ୍ଗ’ ରିଲିଜ ହୋଇଥିଲା ଯାହା ସୁପରହିଟ୍ ସାବ୍ୟସ୍ତ ହୋଇଥିଲା।

୧୯୯୩ ଅପ୍ରେଲ୍ ୫ତାରିଖ ଦିବ୍ୟା ଭାରତୀଙ୍କ ଶେଷ ରାତି ଥିଲା। ଦିବ୍ୟାଙ୍କ ମୃତ୍ୟୁ ସେହି ଦିନ ରାତିରେ ମୁମ୍ବାଇର ବରସୋବା ଅଞ୍ଚଳରେ ୫ମହଲା କୋଠାରୁ ତଳେ ପଡ଼ିବା ଯୋଗୁଁ ହୋଇଥିଲା। କେତେକ ଲୋକ କହିଥିଲେ ଏହା ଆତ୍ମହତ୍ୟା ଥିଲା। ଆଉ କିଛି ଲୋକ ଏହାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ନାଁ ଦେଇ ହତ୍ୟା କହିଥିଲେ। ମୁମ୍ବାଇ ପୋଲିସ୍ ଏହାର ପ୍ରମାଣ ଏକାଠି କରିବାରେ ବିଫଳ ହୋଇ ତାଙ୍କ ମୃତ୍ୟୁର ୫ବର୍ଷ ପରେ ୧୯୯୮ରେ ଏହି କେସର ଫାଇଲ୍ ବନ୍ଦ କରିଦେଇଥିଲେ।  

   Related Posts